ଲୋକପ୍ରିୟ ପ୍ରିପେଡ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଲା ବିଏସ୍‌ଏନ୍‌ଏଲ, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ : ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ ନିଜ ଗ୍ରାହକମାନଙ୍କ ପାଇଁ ଆକର୍ଷକ ଅଫର ଆଣିଛି । ନୂଆ ଗ୍ରାହକଙ୍କୁ କମ୍ପାନୀ ସହ ଯୋଡ଼ିବା ପାଇଁ କମ୍ପାନୀ ନିଜର କିଛି ପ୍ରିପେଡ ପ୍ଲାନ୍ସରେ ପରିବର୍ତ୍ତନ ଆଣିଥିବା ଜଣା ପଡ଼ିଛି । ଅନେକ ପ୍ରିପେଡ୍‌ ଭାଉଚର୍ସ ଓ ସ୍ପେଶାଲ ଟେରିଫ୍‌ ଭାଉଚର୍ସ ବଦଳାଇଛି ବିଏସ୍‌ଏନ୍‌ଏଲ । କମ୍ପାନୀ ନିଜର ଲୋକପ୍ରିୟ ୧୮୬ ଓ ୧୮୭ ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଥିବା ଜଣା ପଡ଼ିଛି ।

କିଛି ସମୟ ପୂର୍ବରୁ ବିଏସ୍‌ଏନ୍‌ଏଲ ନିଜର ପ୍ରିପେଡ୍‌ ପ୍ଲାନ୍‌ ୧୮୬କୁ ହଟାଇ ଦେଇଥିଲା । କିନ୍ତୁ ପରେ କମ୍ପାନୀ ଏହି ପ୍ଲାନ୍‌କୁ ପୁଣି ଥରେ ଆଣିଥିଲା । ଏବେ ସେହି ପ୍ଲାନ୍‌ାର କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ବିଏସ୍‌ଏନ୍‌ଏଲ । ପ୍ରଥମେ ୧୮୬ ପ୍ରିପେଡ୍‌ ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ଦିନକ ପାଇଁ ୨ଜିବି ଡାଟା ଦିଆଯାଉଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ଅଣାଯାଇ ବ୍ୟବହାରକାରୀଙ୍କୁ ଦିନକ ପାଇଁ ୩ଜିବି ଡାଟା ଦିଆଯିବ ବୋଲି ଜଣା ପଡ଼ିଛି । ବ୍ୟବହାରକାରୀ ୩ଜିବି ଡାଟା ବ୍ୟବହାର କରି ସାରିବା ପରେ ଡାଟାର ସ୍ପିଡ୍‌ ୪୦କେବିପିଏସ୍‌ ହୋଇଯିବ । ଏହାର ସମୟ ଅବଧି ୨୮ଦିନ ରହିବ ।

Image result for bsnl
प्रभात खबर

ସେହି ଭଳି ଭାବରେ ୧୮୭ ପ୍ରିପେଡ୍‌ ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ପୂର୍ବରୁ ୨ଜିବି ଡାଟା ମିଳୁଥିବା ବେଳେ ଏବେ ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୩ଜିବି ଡାଟା ଦିଆଯିବ । ଏଥିରେ ମଧ୍ୟ ୩ଜିବି ଡାଟା ସରିବା ପରେ ଡାଟାର ସ୍ପିଡ୍‌ ୪୦କେବିପିଏସ୍‌ ହୋଇଯିବ । ଏହାର ମଧ୍ୟ ସମୟ ଅବଧି ୨୮ଦିନ ରହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର