ପୁଣି ଫେରିଲା ବିଏସ୍‌ଏନ୍‌ଏଲ୍‌ର ୯୬ଟଙ୍କାର ପ୍ଲାନ୍‌, ମିଳିବ ଏତିକି ଦିନର ବୈଧତା

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍‌ କମ୍ପାନିମାନେ ବିଭିନ୍ନ ପ୍ରକାର ଅଫର ଲଞ୍ଚ କରିଛନ୍ତି। ବିଶେଷ ଭାବେ ବିଏସ୍‌ଏନ୍‌ଏଲ୍‌ ପାର୍ବଣ ସମୟରେ କିଛି ଅଫର ନେଇ ଆସିଛି। ସରକାରୀ ଟେଲିକମ୍‌ କମ୍ପାନି ନିଜର ୯୬ଟଙ୍କାର ପ୍ଲାନ୍‌କୁ ପୁଣି ଥରେ ଆଣିଛି।

ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌କୁ କିଛିଦିନ ତଳେ ପ୍ରମୋସନଲ ଅଫର ଜରିଆରେ ଲଞ୍ଚ୍‌ କରିଥିଲା। ପରେ ଏହି ପ୍ଲାନ୍‌କୁ ବନ୍ଦ କରି ଦିଆଯାଇଥିଲା। ଯାହାକୁ କମ୍ପାନି ପୁଣିଥରେ ଆଣିଛି। ୯୬ଟଙ୍କାର ପ୍ରିପେଡ ପ୍ଲାନ୍‌ର ନାମ ପିଭି୯୬ ରଖାଯାଇଛି। ପିଭି୯୬କୁ ପୁଣିଥରେ ପ୍ରମୋସନାଲ ଭାବେ ୯୦ଦିନ ପାଇଁ ଲଞ୍ଚ୍‌ କରାଯାଇଛି। ଗ୍ରାହକ ଏହି ପ୍ଲାନ୍‌ର ଲାଭ ୨୦୧୯ ଅକ୍ଟୋବର ୫ରୁ ଉଠାଇ ପାରିବେ। ଏହି ପ୍ଲାନ୍‌ର ଭେଲିଡିଟି ୧୮୦ଦିନ ରହିଛି।

ଏହି ଅବଧି ମଧ୍ୟରେ ଗ୍ରାହକଙ୍କୁ କୌଣସି ବି ନେଟଓ୍ଵାର୍କରେ ୨୫୦ ମିନିଟର କଲିଂ ଓ ନ୍ୟାସନାଲ ରୋମିଂ ସୁବିଧା ମିଳିବ। କଲିଂର ଫାଇଦା ବ୍ୟତୀତ ଗ୍ରାହକ ପ୍ରତିଦିନ ୧୦୦ଟି ଏସ୍‌ଏମ୍‌ଏସ୍‌ର ଫାଇଦା ଉଠାଇ ପାରିବେ। ୯୬ଟଙ୍କାର ପ୍ଲାନ୍‌କୁ ପୁଣିଥିରେ ଲଞ୍ଚ କରିବା ବ୍ୟତୀତ କମ୍ପାନି ଏସ୍‌ଟିଭି୧୧୮ ଓ ପିଭି୧୫୩ ପ୍ଲାନ୍‌ରେ ବି ପରିବର୍ତ୍ତନ କରିଛି।

ସମ୍ବନ୍ଧିତ ଖବର