ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ବିଏସ୍ଏନ୍ଏଲ୍ ଦେଶର ପ୍ରଥମ ଇଣ୍ଟରନେଟ ଟେଲିଫୋନ୍ ସେବା ଆରମ୍ଭ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ଏହା ଜରିଆରେ ବ୍ୟବହାରକାରୀ ମୋବାଇଲ୍ ଆପ୍ ମାଧ୍ୟମରେ ଭାରତର କୌଣସି ଟେଲିଫୋନ୍ କମ୍ପାନିର ମୋବାଇଲ୍ ନମ୍ବରକୁ ମାଗଣାରେ କଲ କରି ପାରିବେ।
ସୂଚନାଯୋଗ୍ୟ, ବିଏସ୍ଏନ୍ଏଲ୍ର ଗ୍ରାହକ ‘ଉଇଙ୍ଗସ’ ମୋବାଇଲ ଆପ୍ ଜରିଆରେ ସମଗ୍ର ଦେଶରେ ଥିବା କୌଣସି ବି ମୋବାଇଲ ନମ୍ବରକୁ କଲ କରି ପାରିବେ। ଏହା ସିମ୍କାର୍ଡ ବ୍ୟବହାର ନ କରି ବି କରି ପାରିବେ। ‘ଉଇଙ୍ଗସ’ ଆପ୍ର ଫାଇଦା ଉଠାଇବା ପାଇଁ କେବଳ ଓ୍ଵାନ୍ ଟାଇମ୍ ଫିସ୍ ଦେବାକୁ ପଡ଼ିବ।
ବିଏସ୍ଏନ୍ଏଲ୍ ପକ୍ଷରୁ ପ୍ରକାଶ କି, ‘ଉଇଙ୍ଗସ୍’ର ବେଷ୍ଟ କଲିଂ ସର୍ଭିସ୍ ନେବା ପାଇଁ ରେଜିଷ୍ଟ୍ରେସନ୍ ଚଳିତ ସପ୍ତାହରେ ଆରମ୍ଭ ହେବ। ଗ୍ରାହକ ଜୁଲାଇ ୨୫ରେ ଏହାକୁ ବ୍ୟବହାର କରି ପାରିବେ। ଏଥିପାଇଁ ଗ୍ରାହକ ବିଏସ୍ଏନ୍ଏଲ୍ ଓ୍ଵାଇ-ଫାଇ କିମ୍ବା ଅନ୍ୟ କୌଣସି ସେବା ପ୍ରଦାନ କରୁଥିବାର ଇଣ୍ଟରନେଟ ପ୍ରୟୋଗ କରି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/dc-Cover-iss492mpkj8bbr8fg1dsq0e9a1-20170817174731.Medi_.jpeg)