ବିଏସ୍ଏନ୍ଏଲ୍ର ସ୍ପେଶାଲ ଟାରିଫ୍ ପ୍ଲାନ୍ରେ ମାତ୍ର ୧୮ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଅସୀମିତ ଭିିଡିଓ କଲିଂ ଓ ଡାଟା
ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)କୁ ୧୮ବର୍ଷ ପୂରା ହେବାକୁ ଯାଉଛି। ଏହି ଅବସରରେ କମ୍ପାନି ନିଜର ଗ୍ରାହକଙ୍କୁ ଚାରିଟି ନୂଆ ପ୍ରିପେଡ୍ ପ୍ଲାନ୍ ଭେଟି ଦେଇଛି। ଏହି ପ୍ଲାନ୍ରେ ଏସ୍ଟିଭି ୧୮, ଏସ୍ଟଭି ୬୦୧, ଏସ୍ଟଭି ୧୨୦୧ ଓ ଏସ୍ଟିଭି ୧୮୦୧ ସହିତ ଡାଟା, ଭଏସ୍ ଓ ଭିଡିଓ କଲିଂର ଫାଇଦା ଉଠାଯାଇ ପାରିବ। ସମସ୍ତ ପ୍ରକାର ସ୍ପେଶାଲ ଟାରିଫ୍ ଭାଉଚର୍ସ ଏକ ଅକ୍ଟୋବରରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ବୈଧ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୮ଟଙ୍କାର ଟାରିଫ୍ରେ ପ୍ରିପେଡ୍ ବ୍ୟବହାରକାରୀ ଅସୀମିତ ଭଏସ୍, ଭିଡିଓ କଲିଂ ଓ ଡାଟାର ଫାଇଦା ମିଳିବ। ଏହି ପ୍ଲାନ୍ ଦୁଇଦିନର ଭେଲିଡେଟି ରହିବ। ୬୦୧, ୧୨୦୧ ଓ ୧୮୦୧ଟଙ୍କାର ଟାରିଫ୍ ପ୍ଲାନ୍ରେ ୧୮ ପ୍ରତିଶତ ଅତିରିକ୍ତ ଟକ୍ ଟାଇମ୍ ଓ କିଛି ଅତିରିକ୍ତ ଲାଭ ଗ୍ରାହକଙ୍କୁ ଦିଆଯିବ। ଏସ୍ଟଭି ୬୦୧, ଏସ୍ଟିଭି ୧୨୦୧ ଓ ଏସ୍ଟିଭି ୧୮୦୧ ଯେଉଁ ଟକ୍ ଟାଇମ୍ ଓ ଡାଟା ମିଳିବ ତାହା କ୍ରମଶଃ ୭୦୯, ୧୪୧୭ ଓ ୨୧୨୫ ଟଙ୍କାର ପ୍ଲାନ୍ ଭଳି ମିଳିବ। ୭୦୯ ଟଙ୍କାର ପ୍ଲାନ୍ରେ ୫ଜିବି ୪ଜି/୩ଜି ଡାଟା ମିଳିବ। ୪୧୭ ଟଙ୍କାର ପ୍ଲାନ୍ରେ ୧୦ଜିବି ୪ଜି/୩ଜି ଡାଟା ଓ ୨୧୨୫ଟଙ୍କାର ପ୍ଲାନ୍ରେ ୧୫ଜିବି ୪ଜି/୩ଜି ଡାଟା ମତଳତ। ଏହି ତନିଟି ପ୍ଲାନ୍ର ଭେଲିଡିଟି ୯୦ଦିନ ପର୍ଯ୍ୟନ୍ତ ରହିବ।