ବିଏସ୍‌ଏନ୍‌ଏଲ୍‌ର ନୂଆ ପ୍ଲାନ୍‌ରେ ମାଗଣା ମିଳୁଛି ହଟଷ୍ଟାର ପ୍ରିମିୟମ ସବସ୍କ୍ରିପସନ୍‌, ଉଠାନ୍ତୁ ଓ୍ଵାଲର୍ଡ କପ୍‌ର ମଜା 

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କୁ ହଟଷ୍ଟାର ପ୍ରିମିୟମରେ ଓ୍ଵାଲର୍ଡ କପ୍‌ ସହିତ ପ୍ଲାଟଫର୍ମର କଣ୍ଟେଣ୍ଟର ଫ୍ରି ଆକ୍‌ସେ୍‌ସ୍‌ ଅଫର ଦେବାର ଅଛି। ହଟଷ୍ଟାର ଓ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଶୁକ୍ରବାର ପ୍ରକାଶ ଯେ, , ଏହି ସୁବିଧା ବିଏସ୍‌ଏନ୍‌ଏଲ୍‌ର ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍‌ ସୁପରଷ୍ଟାର ୩୦୦ରେ ଅଫର କରାଯାଉଛି।

ବିଏସ୍‌ଏନ୍‌ଏଲ୍‌ ନିକଟରେ ୭୪୯ଟଙ୍କା ମୂଲ୍ୟର ଫିକସ୍ଡ-ଲାଇନ୍‌ ବ୍ରଡବ୍ୟାଣ୍ଡ ପ୍ଲାନ୍‌ ସୁପରଷ୍ଟାର ୩୦୦ ଲଞ୍ଚ କରିଛି। ଏଥିରେ ବ୍ୟବହାରକାରୀଙ୍କୁ ୫୦ ଏମ୍‌ବିପିଏସ୍‌ର ସ୍ପିଡ୍‌ରେ ୩୦୦ଜିବି ଡାଟା ଦିଆଯାଉଛି। ଏହାର ଲିମିଟ ଶେଷ ହେବା ପରେ ଅପଟିକଲ ଫାଇବର ବ୍ୟବହାରକାରୀଙ୍କ ପାଇଁ କନେକ୍‌ସନ୍‌ ସ୍ପିଡ୍‌ ୨ଏମ୍‌ବିପିଏସ୍‌ ହୋଇଯିବ।

The Financial Express

ବିଏସ୍‌ଏନ୍‌ଏଲ୍‌ ଘୋଷଣା କରିଛି କି ମାଗଣା ହଟଷ୍ଟାର ପ୍ରିମିୟମ ସବ୍‌ସ୍କ୍ରିପସନ୍‌ ଥିବା ସୁପରଷ୍ଟାର ୩୦୦ ବ୍ରଡବ୍ୟାଣ୍ଡ ପ୍ଲାନ୍‌ ଦେଶର ସମସ୍ତ ଟେଲିକମ୍‌ ସର୍କଲରେ ଉପଲବ୍ଧ କରାଯିବ। ଇଚ୍ଛୁକ ଗ୍ରାହକ ଏହି ପ୍ଲାନ୍‌କୁ ସବ୍‌ସ୍କ୍ରାଇବ କରିବା ପାଇଁ ଅନ୍‌ଲାଇନ୍‌ ରିକ୍ୟୁଏଷ୍ଟ ସହିତ ଟୋଲ-ଫ୍ରି ନମ୍ବର ୧୮୦୦୩୪୫୧୫ରେ କଲ୍‌ କରି ପାରିବେ।

ସମ୍ବନ୍ଧିତ ଖବର