ବିଏସ୍‌ଏନ୍‌ଏଲ୍‌ର ନୂଆ ଯୋଜନା, ୭ ଟଙ୍କାର ଡାଟା ପ୍ୟାକ୍‌

ନୂଆଦିଲ୍ଲୀ: ଟେଲିକମ ଜଗତରେ ଜିଓ ପାଦ ଦେବା ପରେ ପରେ ହିଁ ଦେଶରେ ଡାଟା ଶସ୍ତା ଅଟା ମହଙ୍ଗା ହୋଇଛି। ଆଜିକା ଦିନରେ ବିଭିନ୍ନ ଟେଲିକମ କଂପାନୀମାନେ ପରସ୍ପରକୁ ମାତ୍‌ ଦେବା ଉଦ୍ଦେଶ୍ୟରେ ନୂଆ ନୂଆ ପ୍ଲାନ ଭେଟିଦେବାରେ ଲାଗିପଡିଛନ୍ତି। ଏବେ ତ ପରିସ୍ଥିତି ଏଭଳି ଆସିଯାଇଛି କି ମାତ୍ର ୪୬ ଟଙ୍କାରେ ମାସକ ପର୍ଯ୍ୟନ୍ତ ଅସୀମ କଲିଂର ସୁବିଧା ମିଳୁଛି। ସେହିପରି ଏକ ବଡ଼ କଂପାନୀ ମାତ୍ର ୭ ଟଙ୍କାରେ ୧ ଜିବିର ଡାଟା ଏବଂ ୧୬ ଟଙ୍କାରେ ୨ଜିବି ଡାଟା ଥିବା ପ୍ଲାନ ଭେଟି ଦେଇଛି।

ନିକଟରେ ବିଏସଏନଏଲ ଦୁଇ ଦୁଇଟି ଶସ୍ତା ପ୍ଲାନ ଲଂଚ କରିଛି। ଯାହାକି ମାତ୍ର ୭ଟଙ୍କା ଏବଂ ୧୬ ଟଙ୍କାରେ ଉପଲବ୍ଧ। ଯାହାକି ଏକ ଲିମିଟେଡ ପିରିୟଡ ପାଇଁ ଉଦ୍ଦିଷ୍ଟ। ତେବେ ବିଏସଏନଏଲର ଏହି ୭ ଟଙ୍କିଆ ପ୍ଲାନରେ ମିଳୁଛି ୧ ଜିବି ଡାଟା ଏବଂ ଏହି ପ୍ଲାନଟି କେବଳ ଗୋଟିଏ ଦିନ ପାଇଁ ହିଁ ବୈଧ ଅଟେ।

ସେହିପରି ୧୬ ଟଙ୍କିଆ ପ୍ଲାନରେ କଂପାନୀ ଦେଉଛି ୨ ଜିବି ଡାଟା , ଯେଉଁଥିରେ ମିଳୁଛି ହାଇସ୍ପିଡର ଡାଟା ଏବଂ ଏହା ମଧ୍ୟ ଗୋଟିଏ ଦିନ ପାଇଁ ହିଁ ଉଦ୍ଦିଷ୍ଟ। ଏଠାରେ ଆମେ କହି ରଖୁଛୁ କି, ଏହି ଦୁଇଟି ପ୍ଲାନରେ କୌଣସି ବି ପ୍ରକାରର କଲିଂ କିମ୍ବା ମେସେଜିଂର ସୁବିଧା ଉପଲବ୍ଧ ନାହିଁ।

ସମ୍ବନ୍ଧିତ ଖବର