ନୂଆଦିଲ୍ଲୀ: ସରକାରୀ କମ୍ପାନି ବିଏସ୍ଏନ୍ଏଲ୍ ଏକ ଐତିହାସିକ ସଫଳତା ସହ ୧୮ ବର୍ଷ ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଲାଭ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କମ୍ପାନି ୨୬୨ କୋଟି ଟଙ୍କା ଲାଭ କରିଛି। ଶେଷ ଥର ପାଇଁ ଏହା ୨୦୦୭ରେ ଲାଭ କରିଥିଲା। ତା’ପରଠାରୁ ଲଗାତାର ଭାବେ କ୍ଷତିରେ ଚାଲୁଥିଲା। କମ୍ପାନିର ସିଏମ୍ଡି ଏ ରବର୍ଟ ଜେ ରବି କହିଛନ୍ତି ଯେ ମୋଟ ବ୍ୟୟକୁ ସଫଳତାର ସହ ହ୍ରାସ କରାଯିବା ପରେ କମ୍ପାନିର କ୍ଷତି ଗତବର୍ଷ ତୁଳନାରେ ୧୮୦୦ କୋଟି ଟଙ୍କା କମିଛି। ଆଗାମୀ ଦିନରେ ୫ଜି ସେବା ଲାଗି ନିଜକୁ ପ୍ରସ୍ତୁତ କରିବା, ଉତ୍କୃଷ୍ଟ ସେବା ଯୋଗାଇବା ଉପରେ କମ୍ପାନି ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି।
୧୮ ବର୍ଷ ପରେ ବିଏସ୍ଏନ୍ଏଲ୍ର ଲାଭ
ସରକାରୀ କମ୍ପାନି ବିଏସ୍ଏନ୍ଏଲ୍ ଏକ ଐତିହାସିକ ସଫଳତା ସହ ୧୮ ବର୍ଷ ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଲାଭ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କମ୍ପାନି ୨୬୨ କୋଟି ଟଙ୍କା ଲାଭ କରିଛି।
/sambad/media/post_attachments/wp-content/uploads/2021/06/bsnl.jpg)