ନୂଆଦିଲ୍ଲୀ:୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଡିଜିଟାଲ ଇଣ୍ଡିଆ କେବଳ ଏକ ସରକାରୀ ଯୋଜନା ହୋଇ ରହିନାହିଁ। ଏହା ଲୋକଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି। ବେଙ୍ଗାଲୁରୁ ଟେକ୍ ସମ୍ମିଟ୍ (ବିଟିଏସ୍)-୨୦୨୦କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବା ସହିତ ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଡିଜିଟାଲ ଇଣ୍ଡିଆର ପ୍ରଶଂସା କରିବା ସହିତ ସରକାର ବିକାଶ କ୍ଷେତ୍ରରେ ଅଧିକ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ପୋଷଣ କରିଛନ୍ତି। ପ୍ରଯୁକ୍ତିକୁ ବ୍ୟାପକ ମାତ୍ରାରେ ବ୍ୟବହାର କରାଯିବା ଦ୍ବାରା ନାଗରିକମାନଙ୍କ ଜୀବନରେ ଅନେକ ପରିବର୍ତ୍ତେନ ଆସିଛି। ଡିଜିଟାଲ ଏବଂ ପ୍ରଯୁକ୍ତିଗତ ସମାଧାନ ପାଇଁ ସଫଳତାର ସହ ଏକ ବଜାର ସୃଷ୍ଟି କରିଛି। ଫଳରେ ପ୍ରଯୁକ୍ତି ସବୁ ଯୋଜନାର ଅଂଶବିଶେଷ ପାଲଟି ପାରିଛି। ଆମ ଶାସନର ମଡେଲ ‘ପ୍ରଯୁକ୍ତି ପ୍ରଥମ’ ହୋଇପାରିଛି ବୋଲି ସେ କହିଛନ୍ତି। କରୋନା ମହମାରୀ ଶୀର୍ଷରେ ଥିବା ସମୟରେ ପ୍ରଯୁକ୍ତି ଦ୍ବାରା ଗରିବ ଲୋକମାନେ ଉପଯୁକ୍ତ ସୁବିଧା ଶୀଘ୍ର ପାଇପାରିଛନ୍ତି। ଅନ୍ୟ କୌଣସି ଠାରେ ଏଭଳି ଯୋଜନା କାର୍ଯ୍ୟକାରୀ ହେବା ଦେଖାଯିବା ବିରଳ ବୋଲି ମୋଦୀ କହିଛନ୍ତି। ‘ଶିଳ୍ପାୟନ ଯୁଗ’ରୁ ଦେଶ ‘ସୂଚନା ଯୁଗ’କୁ ଗତି କରୁଥିବା ବିଷୟରେ ମୋଦୀ ଆଲୋକପାତ କରିଛନ୍ତି।
ବିଟିଏସ୍-୨୦୨୦ ଉଦ୍ଘାଟିତ: ଜୀବନର ଅଂଶ ପାଲଟି ଯାଇଛି ଡିଜିଟାଲ୍ ଇଣ୍ଡିଆ: ମୋଦୀ
/sambad/media/post_attachments/wp-content/uploads/2020/11/modi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)