ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବୃଦ୍ଧି କଲେନି ଜେଟ୍ଲି
- ୨୪ଲକ୍ଷ ୪୨ ହଜାର୨୧୩ କୋଟି ଟଙ୍କାର ବଜେଟ୍
- ଆମଦାନି ଶୁଳ୍କରେ ସଂଶୋଧନ ଯୋଗୁଁ ଅନେକ ବିଦେଶୀ ସାମଗ୍ରୀ ମହଙ୍ଗା
- ଆୟକର ଉପରେ ୧ ପ୍ରତିଶତ ସେସ
- ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷଖର୍ଚ୍ଚର ଦେଢ଼ଗୁଣକୁ ବଢ଼ିବ
- ୧୦ କୋଟି ପରିବାରକୁ ବର୍ଷକୁ ୫ ଲକ୍ଷର ସ୍ୱାସ୍ଥ୍ୟବୀମା
- ଏଣିକି ମତ୍ସ୍ୟଜୀବୀ ଓ ପ୍ରାଣୀପାଳକଙ୍କୁ କିଷାନ କ୍ରେଡିଟ୍ କାର୍ଡ
- ୨୪ ନୂଆ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସ୍ଥାପନ ହେବ
- ଉଜ୍ଜଳା ଯୋଜନାରେ ୮ କୋଟି ଗରିବ ପରିବାରକୁ ମିଳିବ ମାଗଣା ଏଲ୍ପିଜି
- ସୌଭାଗ୍ୟ ଯୋଜନାରେ ୪ କୋଟି ପରିବାରକୁ ମାଗଣା ବିଜୁଳି
- ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦରମା ବଢ଼ିଲା
- ପ୍ରତି ୫ ବର୍ଷରେ ସଂଶୋଧନ ହେବ ସାଂସଦଙ୍କ ବେତନ
- ଆୟକର ସ୍ଲାବ୍ ଅପରିବର୍ତିତ
- ପରିବହନ ଭତ୍ତା, ମେଡିକାଲ୍ବିଲ୍ ରିମ୍ବର୍ସ ସୁବିଧା ପ୍ରତ୍ୟାହୃତ
- ୪ ପ୍ରତିଶତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେସ୍ ଲାଗୁ
- ବରିଷ୍ଠ ନାଗରିକଙ୍କୁ ଡାକ ଘର ଓ ବ୍ୟାଙ୍କ ଜମାର ସୁଧ ଆୟ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି
- ବରିଷ୍ଠ ନାଗରିକଙ୍କୁ ମେଡିକାଲ ବିଲ୍ ଖର୍ଚ ରିହାତି ୫୦ ହଜାରକୁ ବୃଦ୍ଧି
- ଜଟିଳ ଅସୁସ୍ଥତା କ୍ଷେତ୍ରରେ ରିହାତି ୧ ଲକ୍ଷ ଟଙ୍କାକୁ ବୃଦ୍ଧି।
ମହଙ୍ଗା
କାର୍, ମୋଟର ସାଇକଲ୍, ମୋବାଇଲ୍ ଫୋନ୍, ରୁପା, ସୁନା, ହୀରା, ପନିପରିବା, ଫଳ ଜୁସ୍,ସନ୍ଗ୍ଲାସ୍, ସୋୟା ପ୍ରୋଟିନ୍ ବ୍ୟତୀତ ଅନ୍ୟାନ୍ୟ ଫୁଡ୍ମିକ୍ସ, ପର୍ଫ୍ୟୁମ୍ ଓ ଟଏଲେଟ୍ ଓ୍ଵାଟର, ସନ୍ସ୍କିିି୍ରିନ୍, ସନ୍ଟାନ୍ ଲୋଚନ, ମେନିକିଓର୍, ପେଡିକିଓର୍ ସାମଗ୍ରୀ, ପାଟି ଓ ଦାନ୍ତ ସଫାରେ ବ୍ୟବହୃତ ସାମଗ୍ରୀ, ଦାଢ଼ି କାଟିବା ବେଳେ ବ୍ୟବହୃତ ସାମଗ୍ରୀ, ଡିଓ, ଗାଧୁଆ ଓ ଓ୍ଵାକ୍ସିଂରେ ବ୍ୟବହୃତ ସାମଗ୍ରୀ, ବିଦେଶୀ ପରଫ୍ୟୁମ୍ ଓ ଟଏଲେଟ୍ ସ୍ପ୍ରେ, ଟ୍ରକ୍ ଓ ବସ୍ର ରେଡିଆଲ୍ ଟାୟାର, ସିଲ୍କ କପଡ଼ା, ଚପଲ୍, ରଙ୍ଗିନ ଜେମ୍ଷ୍ଟୋନ୍, ଇମିଟେସନ୍ ଗହଣା, ସ୍ମାର୍ଟଓ୍ଵାଚ୍/ଓୟାରବେଲ୍ ଡିଭାଇସ୍
ଏଲ୍ସିଡି/ଏଲ୍ଇଡି ଟିଭି ପ୍ୟାନେଲ୍, ଫର୍ଣ୍ଣିଚର, ମ୍ୟାଟ୍ରେସ୍, ଲ୍ୟାମ୍ପ୍ସ, ହାତଘଣ୍ଟା, ପକେଟଘଣ୍ଟା, କାନ୍ଥ ଘଣ୍ଟା, ଟ୍ରାଇସାଇକେଲ୍, ସ୍କୁଟର, ପେଡାଲ କାର୍, ଚକା ଥିବା ଖେଳନା, କଣ୍ଢେଇ, ଖେଳନା, ଭିଡିଓଗେମ୍ କନ୍ସୋଲ୍, ଖେଳ, ସ୍ୱିମିଂ ପୁଲ୍ ଓ ପ୍ୟାଡ୍ଲିଂ ପୁଲ୍ରେ ବ୍ୟବହୃତ ସାମଗ୍ରୀ, ସିଗାରେଟ୍ ଏବଂ ଅନ୍ୟାନ୍ୟ ଲାଇଟର୍, ମହମବତି, ଅଲିଭ୍ ତେଲ, ବାଦାମ ତେଲ ଭଳି ଖାଇବା/ବନସ୍ପତି ତେଲଶସ୍ତା
କଞ୍ଚା କାଜୁ, ସୌର ପ୍ୟାନେଲ/ମଡ୍ୟୁଲ୍ ପ୍ରସ୍ତୁତିରେ ବ୍ୟବହୃତ କାଚ, ଅନ୍ତଃକର୍ଣ୍ଣ ପ୍ରତ୍ୟାରୋପଣରେ ବ୍ୟବହୃତ ସାମଗ୍ରୀ, ଉପକରଣ, ଲିନିଅର୍ ମୋସନ୍ ଗାଇଡ୍ ଏବଂ ବଲ୍ ସ୍କ୍ରୁ ଭଳି କେତେକ ଇଲେକ୍ଟ୍ରୋନିକ୍ସ ଓ କ୍ୟାପିଟାଲ ଗୁଡ୍ସ
କୃଷି/sambad/media/post_attachments/wp-content/uploads/2018/02/far-300x224.jpg)
ବଜାର ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୨୦୦୦ କୋଟି ଟଙ୍କାର କୃଷି ବଜାର ଓ ଭିତ୍ତିଭୂମି ପାଣ୍ଠି ଗଠନ ପ୍ରସ୍ତାବ।
ଆଳୁ, ପିଆଜ, ଟମାଟୋ ପାଇଁ ୫୦୦ କୋଟି ଟଙ୍କାର
‘ଅପରେସନ୍ ଗ୍ରିନ୍’ ପାଣ୍ଠି ଗଠନ।
ପଶୁପାଳନ ଭିତ୍ତିଭୂମି ବିକାଶ ପାଇଁ ୧୦ ହଜାର କୋଟିର ପାଣ୍ଠି।
କୃଷି ଋଣ ପ୍ରଦାନ ଲକ୍ଷ୍ୟ ୮.୫ ଲକ୍ଷ କୋଟିରୁ ୧୧ ଲକ୍ଷ କୋଟିକୁ ବୃଦ୍ଧି।
ହରିଆଣା, ପଞ୍ଜାବ ଓ ଦିଲ୍ଲୀର କୃଷକମାନଙ୍କ ଫସଲ ଅମଳ ପରେ କରାଯାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା।
ପୁନର୍ଗଠିତ ଜାତୀୟ ବାଉଁଶ ମିସନ୍ ଆରମ୍ଭ ପାଇଁ ୧୨୯୦ କୋଟି ଟଙ୍କା।
୨୨ ହଜାର ଗ୍ରାମୀଣ ହାଟକୁ ଗ୍ରାମୀଣ କୃଷି ବଜାରରେ ପରିଣତ କରାଯିବ। ଏହାକୁ ‘ଇ-ନାମ’ରେ ସଂଯୋଗ କରାଯିବ।
ପ୍ରତିଷ୍ଠା ହେବ ୪୨ଟି ଅତ୍ୟାଧୁନିକ ଫୁଡ୍ ପାର୍କ
ସ୍ୱାସ୍ଥ୍ୟ/sambad/media/post_attachments/wp-content/uploads/2018/02/health.jpg)
ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ: ଘର ନିକଟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୧.୫ ଲକ୍ଷ କେନ୍ଦ୍ର ସ୍ଥାପନ ହେବ। ଏହି ଯୋଜନା ପାଇଁ ୧୨୦୦ କୋଟି ଟଙ୍କାର ବ୍ୟୟବରାଦ।
ଜାତୀୟ ସ୍ୱାସ୍ଥ୍ୟଯତ୍ନ ସୁରକ୍ଷା ଯୋଜନା ଆରମ୍ଭ ହେବ। ଏଥିରେ ୫୦ କୋଟି ଲୋକ ଲାଭବାନ ହେବେ। ୧୦ କୋଟି ପରିବାରକୁ ପ୍ରତିବର୍ଷ ସ୍ୱାସ୍ଥ୍ୟସେବା ପାଇଁ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଇଦେବେ।
ଉକ୍ତ ଯୋଜନାର ପ୍ରଦର୍ଶନକୁ ଲକ୍ଷ୍ୟ ରଖି ଏହାକୁ ସାର୍ବଜନୀନ କରାଯିବ।
ଯକ୍ଷ୍ମା ରୋଗୀଙ୍କ ପାଇଁ ୬୦୦ କୋଟି ଟଙ୍କାର ପାଣ୍ଠି: ଚିକିତ୍ସା ସମୟରେ ଏହି ପାଣ୍ଠିରୁ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାବଦରେ ମାସିକ ୫୦୦ ଟଙ୍କା ପ୍ରଦାନ କରାଯିବ।
ଶିକ୍ଷା/sambad/media/post_attachments/wp-content/uploads/2018/02/edu-copy-300x263.jpg)
ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନକୁ ଗୁରୁତ୍ୱ
ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା
୨୦୨୨ ସୁଦ୍ଧା ସ୍କୁଲଗୁଡ଼ିକରେ ଡିଜିଟାଲ ବୋର୍ଡରେ ଶିକ୍ଷାଦାନ
ପ୍ରଧାନମନ୍ତ୍ରୀ ରିସର୍ଚ ଫେଲୋ: ସରକାର ପ୍ରତିବର୍ଷ ୧୦୦୦ ବିଟେକ୍ ଛାତ୍ରଙ୍କୁ ଚୟନ କରି ସେମାନଙ୍କୁ ଆଇଆଇଟି ଓ ଆଇଆଇଏସ୍ସିରେ ପିଏଚ୍ଡି କରିବା ସୁଯୋଗ ଯୋଗାଇବେବେ। ଏଥିସହିତ ଉକ୍ତ ଛାତ୍ରମାନେ ସେହି ସମୟରେ ସ୍ନାତକସ୍ତରର ଛାତ୍ରମାନଙ୍କୁ ସପ୍ତାହକୁ ଥରେ ଶିକ୍ଷାଦାନ କରିବେ।
ଶିକ୍ଷକଙ୍କ ପାଇଁ ଆରମ୍ଭ ହେବ ସମନ୍ଵିତ ବିଇଡି ପାଠ୍ୟକ୍ରମ
ଶିକ୍ଷା ଅଧିକାର ଆଇନ ଅଧୀନରେ ୧୩ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ତାଲିମ
୫୦ ପ୍ରତିଶତରୁ ଅଧିକ ଏସ୍ଟି ଲୋକସଂଖ୍ୟା ଏବଂ ଅତିକମ୍ରେ ୨୦ ହଜାର ଏସ୍ଟି ଲୋକ ଥିବା ପ୍ରତ୍ୟେକ ବ୍ଲକ୍ରେ ୨୦୨୨ ସୁଦ୍ଧା ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ହେବ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ।
ଆଇଆଇଟି ଓ ଏନ୍ଆଇଟିରେ ସ୍ୱୟଂଶାସିତ ସ୍କୁଲ ଭାବେ ଅତିରିକ୍ତ ୧୮ଟି ସ୍ପେସାଲ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର(ଏସ୍ପିଏ) ସ୍ଥାପନ ହେବ।