ବଜେଟରେ ୫୦ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇବାକୁ ଯୋଜନା, ମହଙ୍ଗା ହେବ ମୋବାଇଲ ଫୋନ, ଇଲେକ୍ଟ୍ରୋନିକ ସାମଗ୍ରୀ !

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରି ୧ରେ ଲୋକସଭାରେ ବର୍ଷ ୨୦୨୧-୨୨ ପାଇଁ ସାଧାରଣ ବଜେଟ ଆଗତ କରିବେ । ଦେଶର ଅର୍ଥନୀତି ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବାରୁ ଏହି ବଜେଟର ଗୁରୁତ୍ବ ବଢିଯାଇଛି ।  ଅର୍ଥନୀତିକୁ ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରାଇ ଆଣିବାକୁ ନିର୍ମଳା ସୀତାରମଣ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ଆଖି ରହିଛି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରୀ ପ୍ରାୟ ୫୦ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସାମଗ୍ରୀ, ଇଲେକ୍ଟ୍ରିକ କାର, ଆସବାବପତ୍ର ଇତ୍ୟାଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରେତ୍ସାହନ ଦେବାକୁ ଏହି ପଦକ୍ଷେପ ନିଆଯିବ । ଏସବୁ ସାମଗ୍ରୀ ବିଦେଶରୁ ଆମଦାନୀ କରିବା ବଦଳରେ ଦେଶରେ ଉତ୍ପାଦନ କରିବା ଉପରେ ଗୁରୁତ୍ବ ଦିଆଯିବ ।

ଆହୁରି ମଧ୍ୟ ଏହି ଆମଦାନୀ ଶୁଳ୍କ ବଢାଇ ସରକାର ନିଜର ରାଜସ୍ବ ନିଅଣ୍ଟ କମାଇବାକୁ ଉଦ୍ୟମ କରିବେ । ଏହି ପଦକ୍ଷେପ ଦ୍ବାରା ସରକାର ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହା ଦ୍ବାରା ଚୀନ, ଜାପାନ ପ୍ରଭୃତି ଦେଶର ରପ୍ତାନି ପ୍ରଭାବିତ ହୋଇପାରେ ।

ସମ୍ବନ୍ଧିତ ଖବର