ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ପୂର୍ବ ବଜେଟଗୁଡ଼ିକ ମାଧ୍ୟମରେ ତିଆରି କରାଯାଇଥିବା ଭିତ୍ତି ଉପରେ ଏକ ନୂଆ ସମାବେଶୀ ଭାରତ ଗଠନ ଉପରେ ଏହି ବଜେଟ୍ ଗୁରୁତ୍ବ ଦେଇଛି ।

Advertisment

ଏହି ବଜେଟରେ ସମାବେଶୀ ବିକାଶ, ସମାଜର ଶେଷ ଲୋକପାଖରେ ବିକାଶ ପହଞ୍ଚାଇବା, କୃଷି ଓ ପୁଞ୍ଜିନିବେଶ ପରିବେଶ ଅନୁକୂଳ ଅଭିବୃଦ୍ଧି, ଯୁବଶକ୍ତି ଓ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଗତ ୭୫ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିକୁ ଏକ ଉଜ୍ଜଳ ତାରକା ଭାବରେ ବିଶ୍ବ ସ୍ବୀକାର କରିଛି । ୨୦୨୨-୨୩ରେ ଭାରତ ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ଯାହାକି ସମଗ୍ର ବିଶ୍ବରେ ଚାଲିଥିବା ମାନ୍ଦାବସ୍ଥା ସତ୍ତ୍ବେ ହେବ ।

ଦେଶର ଯୁବକମାନଙ୍କୁ କୃଷି ପ୍ରତି ଆକୃଷ୍ଟ କରାଯିବ । ଗ୍ରାମୀଣ ଅଂଚଳରେ ଷ୍ଟାର୍ଟଅପଗୁଡ଼ିକୁ ପ୍ରେତ୍ସାହିତ କରିବାକୁ ଏକ କୃଷି ଅଭିବୃଦ୍ଧି ପାଣ୍ଠି ଗଠନ କରାଯିବ ।