ନୂଆଦିଲ୍ଳୀ: ବାଇଗଣୀ ଓ ଧଳା ରଂଗର ଶାଢ଼ି ପିନ୍ଧି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସାଧାରଣ ବଜେଟ୍ ୨୦୨୪-୨୫କୁ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ହାତରେ ବହି-ଖାତା ଓ ଟାବଲେଟ୍ ଧରି ଅର୍ଥ ମନ୍ତ୍ରଣାଳୟ ସାମ୍ନାରେ ନଜର ଆସିଥିଲେ। ଅର୍ଥମନ୍ତ୍ରୀ ତାଙ୍କର ସପ୍ତମ ବଜେଟ୍ ଏବଂ ଏନଡିଏ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ମୋଦୀ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ପ୍ରତ୍ୟେକ ବଜେଟ୍ରେ ସ୍ବତନ୍ତ୍ର ଥାଏ ସୀତାରମଣଙ୍କ ଶାଢ଼ି।
ଗତବର୍ଷ, ଅର୍ଥାତ ୨୦୨୩ ମସିହାରେ ସୀତାରମଣ ନାଲି ଓ କଳା ରଂଗର ଏକ ଶାଢ଼ି ପିନ୍ଧି ବଜେଟ୍ ଉପସ୍ଥାପନ କରିଥିଲେ। ତାଙ୍କର ନାଲି ରଂଗର ଶାଢ଼ିରେ କସୁଟି ସୂତା କାମ ସହ କଳା ରଂଗର ମନ୍ଦିର ଧଡ଼ି ଦେଖିବାକୁ ମିଳିଥିଲା।
(୨୦୨୦ ମସିହା)ସେହିପରି ୨୦୨୨ ମସିହାରେ ସେ ପିନ୍ଧିଥିଲେ ଧଳା ରଂଗର ଧଡ଼ି ଥିବା ଏକ ଧୂଷର ରଂଗର ବୋମକେଇ ପାଟ ଶାଢ଼ି। ୨୦୨୧ ମସିହାରେ ଧଳା ରଂଗର ଏକ ସିଲ୍କି ପଞ୍ଚମପଲୀ ଶାଢ଼ି ପରିଧାନ କରିଥିଲେ। ସେଥିରେ ନାଲି ରଂଗର ଇକାର୍ଟ ଡିଜାଇନର ନାଲି ଧଡ଼ି ରହିଥିଲା।
(୨୦୧୯ ମସିହା)୨୦୨୦ ମସିହା ବଜେଟ୍କୁ ସୀତାରମଣ ଏକ ହଳଦିଆ ରଂଗର ଶାଢ଼ି ପିନ୍ଧି ଉପସ୍ଥାପନ କରିଥିଲେ। ସେଥିରେ ସବୁଜ ରଂଗର ଧଡ଼ି ରହିଥିଲା। ୨୦୧୯ ମସିହା ଥିଲା ତାଙ୍କର ପ୍ରଥମ ବଜେଟ୍। ସେଥିରେ ସେ ଏକ ଗୋଲାପୀ ରଂଗର ଶାଢ଼ି ପିନ୍ଧିଥିଲେ। ଗୋଲାପୀ ମଙ୍ଗଲଗିରି ଶାଢ଼ି ଉପରେ ସୁନେଲି ରଂଗର ଧଡ଼ି ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b072c42e-6843-4ee8-89e7-6aa011e72e30.jpg)