ନୂଆଦିଲ୍ଲୀ: ବଜେଟ୍‌ରେ ଘୋଷିତ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କର୍ମସଂସ୍ଥାନ ସୃଷ୍ଟି କରିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Advertisment

ଲୋକସଭାରେ ‘କେନ୍ଦ୍ର ବଜେଟ୍‌ ୨୦୨୨-୨୩’ ବିଷୟରେ ସାଧାରଣ ଆଲୋଚନାର ଉତ୍ତର ଦେଇ ସୀତାରମଣ କହିଲେ, କେବଳ ୧୪ଟି ସେକ୍ଟର୍‌ ଫଳପ୍ରସୂ ସଂଯୋଗ ପାଇଁ କରାଯାଇଥିବା ଉପକ୍ରମରୁ ମିଳିବାକୁ ଥିବା ୬୦ ଲକ୍ଷ୍ୟ ଚାକିରି ମଧ୍ୟରେ କର୍ମସଂସ୍ଥାନ ସୃଷ୍ଟି ସୀମିତ ନୁହେଁ। ବଜେଟ୍‌ରେ ଘୋଷିତ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ ମଧ୍ୟ କର୍ମସଂସ୍ଥାନ ସୃଷ୍ଟି କରିବ।

publive-image Image Courtesy of NDTV

ଏହା ବ୍ୟତିରେକେ, ସେ ‘ମନରେଗା’ରେ ଦେଖା ଦେଇଥିବା ସମସ୍ୟା ପ୍ରସଙ୍ଗ ମଧ୍ୟ କହିଥିଲେ। ସେ କହିଛନ୍ତି, ଏହି ଯୋଜନା ଗୁଡ଼ାଏ ଗୁପ୍ତ ଆକାଉଣ୍ଟ୍‌ରେ ପୂର୍ଣ୍ଣ ହୋଇଯାଇଛି। ଜନ୍ମ ‌ହୋଇ ନ ଥିବା ଲୋକେ ବି ଏହି ଯୋଜନାରୁ ଟଙ୍କା ପାଉଛନ୍ତି। ‘ମନରେଗା’ ହେଉଛି ଚାହିଦା ଚାଳିତ ‌ଯୋଜନା। କାମ ନ ମିଳୁଥିବା ସମୟରେ ଗ୍ରାମୀଣ ବେକାରୀମାନଙ୍କୁ କାମ ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ। ଚାହିଦା ହେଲେ ଏଥିପାଇଁ ଅର୍ଥ ପ୍ରଦାନ କରାଯାଏ। ‘ମନରେଗା’ ଯୋଜନାରେ ଗ୍ରାମୀଣ କର୍ମସଂସ୍ଥାନ ଗ୍ୟାରେଣ୍ଟି ପାଇଁ ୭୩,୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇ ଥାଏ। ଚାହିଦା ବଢ଼ିଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ।

ଅନ୍ୟୂନ ଆଗାମୀ ୩ ବର୍ଷ ମଧ୍ୟରେ ସମଗ୍ର ବିଶ୍ବରେ ଭାରତ ପ୍ରମୁଖ ଦ୍ରୁତ-ବର୍ଦ୍ଧିଷ୍ଣୁ ଅର୍ଥନୀତି ହେବ ବୋଲି ସେ କହିଛନ୍ତି।