ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବଲିଉଡ ତାରକାମାନଙ୍କ ମଧ୍ୟରେ ବିଶେଷ ସଂପର୍କ ଦେଖିବାକୁ ମିଳିଥିଲା। ନିକଟରେ ଅକ୍ଷୟ କୁମାର, କରଣ ଜୋହର୍, ରଣବୀର ସିଂହ, ଆଲିଆ ଭଟ୍ଟ, ରଣବୀର କପୁର, ଏକତା କପୁର, ବରୁଣ ଧଓ୍ଵନ୍, ସିଦ୍ଧାର୍ଥ ମାଲହୋତ୍ରା, ଆୟୁଷ୍ମାନ୍ ଖୁରାନା ଓ ଭୂମି ପେଡେନକରଙ୍କ ଭଳି ଜଣାଶୁଣା ବଲିଉଡ୍ ସେଲିବ୍ରିଟିମାନେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଠିକ୍ ସେହିପରି ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାଳରେ ଜିତେନ୍ଦ୍ର ଓ ଅମୀର ଖାନ୍ ମଧ୍ୟ ତାଙ୍କୁ ଭେଟିଥିଲେ।
ଏବେ ଏହାର ସୁପରିଣାମ ମିଳିଛି ବଲିଉଡକୁ। କେନ୍ଦ୍ର ସରକାର କାମଚଳା ବଜେଟ୍ରେ ବଲିଉଡକୁ କେତେକ ଉପହାର ଦେଇଛନ୍ତି। ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିପାଇଁ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହାଛଡ଼ା ପାଇରେସି ରୋକିବା ଲାଗି ସିନେମାଟୋଗ୍ରାଫି ଆଇନ୍ରେ ଆଣ୍ଟି କ୍ୟାମକାର୍ଡିଙ୍ଗ୍ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଠିକ୍ ସେହିପରି ବଲିଉଡପାଇଁ ଜିଏସ୍ଟିକୁ ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରାଯିବାର ବିଚାର କରାଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି।
/sambad/media/post_attachments/wp-content/uploads/2019/02/Piyush-Goyal-620x400.jpg)
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସଭାପତି ସିଦ୍ଧାର୍ଥ ରୟ କପୁର ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ,କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ପାଇରେସି କମିବ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ର ପ୍ରଶସ୍ତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/bolly-modi.jpeg)