ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍, ଦିନ ୧୧ରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଜାନୁଆରି ୨୯ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୯ ତାରିଖ ଦିନ ୧୧ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଫେବ୍ରୁଆରି ୧ ତାରିଖ ଦିନ ୧୧ଟା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ।

କରୋନା ମହାମାରୀକୁ ନେଇ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତିକରୁଥିବାବେଳେ ଏହି ବଜେଟର ଗୁରୁତ୍ବ ବଢିଯାଇଛି । ଦେଶର ଅର୍ଥନୀତିକୁ ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରାଇ ଆଣିବା ଦିଗରେ ଅର୍ଥମନ୍ତ୍ରୀ ଉଦ୍ୟମ କରିବେ ।

ଚଳିତ ବର୍ଷ ବଜେଟ୍ ବହି ବା ଦଲିଲ ଛପା ହେବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ସଂସଦର ଉଭୟ ଗୃହରୁ ସରକାର ଅନୁମତି ଆଣିଛନ୍ତି। ୧୯୪୭ ପରେ ପ୍ରଥମ ଥର ଲାଗି ବଜେଟ୍ ସମ୍ପୂର୍ଣ୍ଣ କାଗଜବିହୀନ ରହିବ। ସାଂସଦମାନଙ୍କୁ ବଜେଟ୍‌ କାଗଜପତ୍ର ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯିବ। କମ୍ପ୍ୟୁଟର ଭାଷାରେ ତାହାକୁ ବଜେଟ୍‌ର ସଫ୍ଟ କପି କୁହାଯାଉଛି ।

ସମ୍ବନ୍ଧିତ ଖବର