ଲୋକସଭାରେ ବଜେଟ୍‌ ଗୃହୀତ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥବିଲ୍ ଆଜି ଗୃହୀତ ହୋଇଛି। ଅର୍ଥବିଲ୍ ୨୦୧୯ରେ ରଖାଯାଇଥିବା ଟିକସ ପ୍ରସ୍ତାବ ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ଏବଂ ସାଧାରଣ ଲୋକଙ୍କ କଷ୍ଟ ଦୂର ପାଇଁ ରଖାଯାଇଛି। ବଜେଟରେ ରଖାଯାଇଥିବା ପ୍ରସ୍ତାବ ଡିଜିଟାଲ ପେମେଣ୍ଟ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଏହାପରେ ବିଲ୍‌ଟି ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ତେବେ ବିଦେଶୀ ପୋର୍ଟଫୋଲିଓ ନିବେଶକ, ୧ କୋଟି ଟଙ୍କାରୁ ଅଧିକ ରାଶି ବ୍ୟାଙ୍କରୁ ଉଠାଇଥିଲେ ତାହା ଉପରୁ ଟିଡିଏସ କାଟିବା ଏବଂ ନ୍ୟୁଜପ୍ରିଣ୍ଟ୍‌ ଉପରୁ ସୀମା ଶୁଳ୍କ ହ୍ରାସ ପାଇଁ ହେଉଥିବା ଦାବି ଉପରେ ଅର୍ଥମନ୍ତ୍ରୀ କୌଣସି ପଦକ୍ଷେପ ନେଇନାହାନ୍ତି। ଧନୀଙ୍କ ଉପରେ ଟିକସ ବୃଦ୍ଧି ସମତେ ଅନ୍ୟ ପ୍ରସ୍ତାବ ସମ୍ପର୍କରେ ଅର୍ଥମନ୍ତ୍ରୀ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ନ୍ୟୁଜପ୍ରିଣ୍ଟର ସୀମା ଶୁଳ୍କ ୧୦ ପ୍ରତିଶତକୁ ବୃଦ୍ଧି ପ୍ରସ୍ତାବ ଉପରେ ଗୃହରେ କିଛି କହି ନାହାନ୍ତି। କ୍ଷୁଦ୍ର ଏବଂ ମଧ୍ୟମ ଧରଣର ସମ୍ବାଦପତ୍ର ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେବାକୁ ଥିବାରୁ ନ୍ୟୁଜ ପ୍ରିଣ୍ଟ ଉପରୁ ସୀମା ଶୁଳ୍କ ହ୍ରାସ ପାଇଁ ଦାବି ହୋଇ ଆସୁଛି।

ସମ୍ବନ୍ଧିତ ଖବର