ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲି (ଜାନୁଆରି ୩୧)ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, କଂଗ୍ରେସ ବିଧାୟକ କେ ସୁରେଶ, ଜୟରାମ ରମେଶ ଏବଂ ଗୌରବ ଗୋଗୋଇ, ଡିଏମ୍କେର ଟିଆର ବାଲୁ, ଜେଏମ୍ଏମ୍ର ମହୁଆ ମାଝୀ, ଏସ୍ପି ସାଂସଦ ରାମ ଗୋପାଳ ଯାଦବ ଏବଂ ରିଭଲ୍ୟୁସନାରି ସୋସିଆଲିଷ୍ଟ ପାର୍ଟି ସାଂସଦ ଏନ୍କେ ପ୍ରେମଚନ୍ଦ୍ରନ ଏହି ଏହି ବୈଠକରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଏମ୍ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍ ଓବ୍ରାଏନ୍ ଏବଂ ବିଜେଡି ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ ଏବଂ ବଜେଟ୍ ଅଧିବେଶନର ଶୁଭାରମ୍ଭ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବୃଆରି ୧୩ ରେ ଶେଷ ହେବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ ରେ ଶେଷ ହେବ ।
ଆଜିଠୁ ବଜେଟ୍ ଅଧିବେଶନ, ସର୍ବଦଳୀୟ ବୈଠକ
ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲି (ଜାନୁଆରି ୩୧)ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/01/new-health-budget.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)