ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚଳିତମାସ ୨୯ ତାରିଖରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରି ୨୯ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ ୫ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ବୋଧନ ସହିତ ସଂସଦର ମିଳିତ ଅଧିବେଶନ ଚଳିିତମାସ ୨୯ ତାରିଖରେ ଆରମ୍ଭ ହେବ। ସେହିଦିନ ହିଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଆଗତ କରିବେ।
ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି) କାର୍ଯ୍ୟକାରୀ ହେବା ପରେ ଏହା ହେବ ସରକାରଙ୍କର ପ୍ରଥମ ବଜେଟ୍ । ୨୦୧୯ ଏପ୍ରିଲ ମେ ବେଳକୁ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ମୋଦି ସରକାରଙ୍କର ଏହା ମଧ୍ୟ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। ଏ ଦୃଷ୍ଟିରୁ ଆସନ୍ତା ବଜେଟ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସରକାର ପ୍ରତିବର୍ଷ ଫେବ୍ରୁଆରି ମାସ ଶେଷ ଦିନରେ ବଜେଟ୍ ଆଗତ କରୁଥିବାବେଳେ ଗତବର୍ଷଠାରୁ ପ୍ରଥମ ଥର ପାଇଁ ଫେବ୍ରୁଆରି ମାସ ପହିଲାରେ ବଜେଟ୍ ଆଗତ କରୁଛନ୍ତି। କେବଳ ସେତିକି ନୁହେଁ ଦୀର୍ଘ ବର୍ଷ ଧରି ସାଧାରଣ ବଜେଟ୍ ପୂର୍ବରୁ ପୃଥକ୍ ଭାବେ ଆଗତ ହୋଇ ଆସୁଥିବା ରେଳ ବଜେଟ୍କୁ ମଧ୍ୟ ସାଧାରଣ ବଜେଟ୍ ସହିତ ଗତବର୍ଷଠାରୁ ମିଶାଇ ଦିଆଯାଇଛି। ତେଣୁ ଚଳିତବର୍ଷ ମଧ୍ୟ ପୃଥକ ରେଳ ବଜେଟ୍ ଦେଖିବାକୁ ମିଳିବ ନାହିଁ।
ଜାନୁଆରି ୨୯ରୁ ବଜେଟ୍ ଅଧିବେଶନ
ଫେବ୍ରୁଆରି ପହିଲାରେ ବଜେଟ୍
/sambad/media/post_attachments/wp-content/uploads/2017/12/budget-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)