ନୂଆଦିଲ୍ଲୀ: ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ମୁମ୍ବାଇର ବିକେସିରୁ ଆରମ୍ଭ ହୋଇ ଗୁଜରାଟର ଭାପି, ସୁରଟ, ଆନନ୍ଦ, ଭଦୋଦରା ଦେଇ ତାହା ଅହମଦାବାଦ ପହଞ୍ଚିବ। ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଟ୍ରେନ୍ଟି ଯାତ୍ରା କରିବ। ଏହି ପ୍ରକଳ୍ପରେ ୫୦୮ କିଲୋମିଟର୍ର ସ୍ବତନ୍ତ୍ର ରେଳପଥ ନିର୍ମାଣ କରାଯାଉଛି। କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ବୁଲେଟ୍ ଟ୍ରେନ୍ ଚାଲିବା ପରେ ମୁମ୍ବାଇରୁ ଅହମଦାବାଦ ୨ ଘଣ୍ଟା ୭ ମିନିଟ୍ରେ ପହଞ୍ଚିହେବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ୧୧ ବର୍ଷ ଶାସନ କାଳରେ ୩୪,୦୦୦ କିଲୋମିଟରର ନୂଆ ରେଳପଥ ନିର୍ମାଣ କରାଯାଇଛି। ଦୈନିକ ୧୨ କିମି ରେଳପଥ ତିଆରି କରାଯାଉଛି। ୧୩୦୦ ରେଳ ଷ୍ଟେସନ୍କୁ ପୁନଃ ବିକାଶ କରାଯାଇଛି। ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବରରୁ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚଳାଚଳ କରିବ। ନମୋ ଭାରତ, ଅମୃତ ଭାରତ ଓ ବନ୍ଦେ ଭାରତ ଭଳି ଟ୍ରେନ୍ ଭାରତୀୟ ରେଳ ଭିତ୍ତିଭୂମ ସୁଦୃଢ଼ୀକରଣ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/infopedia_1728361327_ashwini_vaishnaw_1-2025-07-11-19-26-25.jpeg)