ବୁଲେଟ୍‌ ଟ୍ରେନ୍‌ ନାମକରଣ ଓ ମାସ୍‌କଟ ଡିଜାଇନ୍‌ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ଲକ୍ଷାଧିକ ପୁରସ୍କାର ରାଶି

ନୂଆଦିଲ୍ଲୀ: ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୨ ସୁଦ୍ଧା ପ୍ରଥମ କରି ମୁମ୍ବାଇରୁ ଅହମ୍ମଦାବାଦ୍‌ ଚାଲିବ ବୋଲି ସୂଚନା ରହିଛି। ଏବେ ଏହି ଟ୍ରେନ୍‌ଟିକୁ ତା’ର ନୂଆ ନାମ ଓ ପରିଚୟର ଆବଶ୍ୟକତା ରହିଛି। ଏଥିପାଇଁ, ଦେଶର ନାଗରିକମାନଙ୍କୁ ରେଳବାଇ ପକ୍ଷରୁ ପୁରସ୍କାର ଜିତିବାର ଏକ ସୁଯୋଗ ଦିଆଯାଉଛି। ଟ୍ରେନ୍‌ର ମାସ୍‌କଟ ଡିଜାଇନ୍‌ ପାଇଁ ୧ ଲକ୍ଷ ଓ ଟ୍ରେନର ନାମକରଣ ପାଇଁ ଆଉ ୫୦ ହଜାର ଟଙ୍କାର ଅର୍ଥ ରାଶି ନିର୍ଦ୍ଧାରଣ କରାଯାଇଛି।

 

ଏହି ପ୍ରକଳ୍ପକୁ କ୍ରିୟାନ୍ଵିତ କରୁଥିବା ନେସ୍‌ନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ଏକ ଅନ୍‌ଲଇନ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଓଏବ୍‌ସାଇଟ୍‌ mygov.in. ଜରିଆରେ ପ୍ରତିଯୋଗୀମାନେ ଟ୍ରେନ୍‌ ପାଇଁ ମାସ୍‌କଟ ଡିଜାଇନ୍‌ ଓ ନାମ ପରାମର୍ଶ ଦେଇପାରିବେ। ଏହି ଅନ୍‌ଲାଇନ୍‌ ପ୍ରତିଯୋଗିତାର ଆୟୋଜନ କରୁଛି www.mygov.in ଓଏବ୍‌ସାଇଟ୍‌। ଏହି ସାଇଟ୍‌ରେ ୨୦୧୯ ମାର୍ଚ ୨୫ ତାରି୍‌ ସୁଦ୍ଧା ପ୍ରତିଯୋଗୀମାନେ କରିଥିବା ମାସ୍‌କଟ ଡିଜାଇନ ଓ ନାମକରଣକୁ ପଠାଇପାରିବେ।

 

ସମ୍ବନ୍ଧିତ ଖବର