ନୂଆଦିଲ୍ଲୀ: ଅଢ଼େଇ ଶହ ଟଙ୍କାରେ ଦେଶର ଲୋକମାନେ ବୁଲେଟ୍ ଟ୍ରେନ୍ରେ ଯାତ୍ରା କରିପାରିବେ। ମୁମ୍ବାଇ-ଅହମ୍ମଦାବାଦ ରୁଟ୍ରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ର ଟିକଟ ଦର ୨୫୦ ଟଙ୍କାରୁ ଆରମ୍ଭ ହୋଇ ୩୦୦୦ ଟଙ୍କା ଭିତରେ ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ନେଇ ଯେଉଁ ଆକଳନ କରାଯାଇଛି ସେହି ଅନୁଯାୟୀ ମୁମ୍ବାଇର ବିକେସିରୁ ଥାନେ ପର୍ଯ୍ୟନ୍ତ ୨୫୦ ଟଙ୍କାରେ ଲୋକମାନେ ବୁଲେଟ୍ ଟ୍ରେନ୍ରେ ଯାତ୍ରା କରିପାରିବେ ବୋଲି ନ୍ୟାସନାଲ୍ ହାଇସ୍ପିଡ୍ ରେଲ୍ କର୍ପୋରେସନ୍୍ର ଏମ୍ଡି ଆଚଲ୍ ଖାରେ କହିଛନ୍ତି। ସେ କହିଲେ, ଏକ ଟ୍ୟାକ୍ସି ଭଡ଼ାରେ ଆଣି ବିକେସିରୁ ଥାନେ ଯିବାକୁ ହେଲେ ୬୫୦ ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ବୁଲେଟ୍ ଟ୍ରେନ୍ରେ ଏହାଠାରୁ ଯଥେଷ୍ଟ୍ କମ୍ ଖର୍ଚରେ ଯାତ୍ରା କରିହେବ। ଟ୍ୟାକ୍ସିରେ ଯାତ୍ରା ସମୟ ଦେଢ଼ ଘଣ୍ଟା ପାଖାପାଖି ରହିବ। କିନ୍ତୁ ବୁଲେଟ୍ ଟ୍ରେନ୍ରେ ଲୋକମାନେ ୧୫ ମିନିଟ୍ ଭିତରେ ଥାନେରେ ପହଞ୍ଚିଯିବେ ବୋଲି ସେ କହିଛନ୍ତି। ବିମାନ ଯାତ୍ରା ସମୟରେ ବିମାନ ବନ୍ଦରରେ ପହଞ୍ଚିବା, ବୋର୍ଡିଂ ପାସ୍ ହାସଲ କରିବା ଓ ନିରାପତ୍ତା ଯାଞ୍ଚର ସମୟକୁ ଯଦି ବିଚାରକୁ ନିଆଯିବ ତେବେ ବୁଲେଟ୍ ଟ୍ରେନ୍ରେ ଲୋକମାନେ ବିମାନଠାରୁ କମ୍ ସମୟରେ ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଯାତ୍ରା କରିପାରିବେ। ବୁଲେଟ୍ ଟ୍ରେନ୍ରେ ୧୦ଟି କୋଚ୍ ରହିବ। ସେଥି ମଧ୍ୟରୁ ଗୋଟିଏ ବିଜନେସ୍ କ୍ଲାସ୍ର କୋଚ୍ ରହିବ। ବିଜନେସ୍ କ୍ଲାସ୍ କୋଚ୍ରେ ଖାଦ୍ୟ ସାମଗ୍ରୀ ମାଗଣାରେ ପ୍ରଦାନ କରାଯିବ।
ବୁଲେଟ୍ ଟ୍ରେନ୍ ଟିକଟ ୨୫୦ ଟଙ୍କାରେ ମିଳିବ
/sambad/media/post_attachments/wp-content/uploads/2018/04/Bullet-train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)