ମୁମ୍ବାଇ: ବୁଲେଟ୍ ଟ୍ରେନ୍ ପରୀକ୍ଷା ମୂଳକ ଚଳାଚଳ ଆସନ୍ତାବର୍ଷ ହେବ। ଏହାର କାର୍ଯ୍ୟ ଠିକ୍ରେ ଚାଲିଛି। ଗୁଜରାଟର ସୁରଟରେ ବୁଲେଟ୍ ଟ୍ରେନର ପ୍ରଥମ ଷ୍ଟେସନ ପ୍ରାୟତଃ ସଂପୂର୍ଣ୍ଣ ହେବାକୁ ଯାଉଛି। କେନ୍ଦ୍ରମନ୍ତ୍ରୀ ହର୍ଷ ସାଂଘଭି ଶନିବାର ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ୨୦୨୯ ମସିହାରେ ବୁଲେଟ୍ ଟେନ ଚଳାଚଳ ପୂର୍ଣ୍ଣମାତ୍ରାରେ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସୁରଟ ଷ୍ଟେସନର ଫଟୋ ମଧ୍ୟ ସେୟାର କରିଛନ୍ତି। କିଛିଦିନ ପୂର୍ବେ ନ୍ୟାସନାଲ ହାଇସ୍ପିଡ ରେଲ୍ କର୍ପୋରେସନ(ଏନ୍ଏଚ୍ଏସ୍ଆର୍ସିଏଲ୍) ସୂଚନା ଦେଇଥିଲା ଯେ ୩୦୦ କିମିର ଭାୟାଡକ୍ଟ (ବୁଲେଟ୍ ଟ୍ରେନ ଚଳାଚଳ ପାଇଁ ଉଦ୍ଦିଷ୍ଟ ଉଚ୍ଚ କରିଡର) ନିର୍ମାଣ ଶେଷ ହୋଇଛି।
ସୁରଟ ନିକଟରେ ୪୦ ମିଟରର ଲମ୍ବ ଗର୍ଡର ନିର୍ମାଣ ସହିତ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ୫୦୮ କିମିର ବୁଲେଟ୍ ଟ୍ରେନ ପ୍ରକଳ୍ପ ପାଇଁ ଏହା ଏକ ବଡ଼ କାର୍ଯ୍ୟ ବୋଲି କହିଥିଲେ। ଭାରତୀୟ ଭିତ୍ତିଭୂମି କ୍ଷେତ୍ରରେ ଏହା ପ୍ରଥମ। ଜାପାନ ସରକାରଙ୍କ ସହ ମିଶି ଭାରତ ଏଭଳି ଉନ୍ନତମାନର ଭିତ୍ତିଭୂମି ନିର୍ମାଣ କରିବାରେ ସମର୍ଥ ହୋଇଛି ବୋଲି ସେ କହିଥିଲେ। ୧.୦୮ ଲକ୍ଷ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟରେ ପରିବ୍ୟାପ୍ତ।