ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଇଭି କମ୍ପାନି ଓଲା, ପାର୍ବଣଋତୁ ଅବସରରେ ‘ବିଗେଷ୍ଟ ଓଲା ସିଜନ୍ ସେଲ୍’ ଜାରି ରିଖିଛି। ଯେଉଁଥିରେ କମ୍ପାନି ଗ୍ରାହକଙ୍କ ପାଇଁ ‘ବସ୍’ ଅଫର ଘୋଷଣା କରିଛି । ଏହି ଅଫର ଅନ୍ତର୍ଗତ ଗ୍ରାହକ ଯଦି ଓଲାର ଇଭି ଏସ୍-୧ର ଯେ କୌଣସି ମଡେଲ କିଣୁଛନ୍ତି ତେବେ ତାଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହାସହ ସେହି ଇଭି ଗାଡ଼ିରେ ବିଭିନ୍ନ ସୁବିଧା ସହିତ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରକ୍ତି ଲାଭ ମିଳିବ ବୋଲି କମ୍ପାନି ଘୋଷଣା କରିଛି ।

Advertisment

ଓଲା ଗ୍ରାହକଙ୍କୁ ‘ବସ୍’ ଅଫରରେ ମିଳୁଥିବା ସୁବିଧା... 


•  ଓଲା ଏସ୍-୧ ପୋର୍ଟଫୋଲିଓ ମାତ୍ର ୭୪,୯୯୯ରୁ ଆରମ୍ଭ
•  ଓଲାର ସମସ୍ତ ଏସ-୧ ମଡେଲରେ ୨୦ ହଜାର ଟଙ୍କାର ରିହାତି
•  ‘ବସ୍’ ଅଫରରେ ଅତିରିକ୍ତ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ 
• ‘ବସ୍ ଓାରେଣ୍ଟି’: ୮ ବର୍ଷ ବା ୮୦ ହଜାର କିମି ପୂରା ମାଗଣା ବ୍ୟାଟେରୀ ୱାରେଣ୍ଟି ରହିଛି। ଯାହାର ମୂଲ୍ୟ ୭,୦୦୦ ଟଙ୍କା
• ବସ୍ ଫାଇନାନ୍ସ ଅଫର: ସିଲେକ୍ଟଟେଡ୍ କ୍ରେଡିଟ୍ କାର୍ଡ ଇଏମଆଇ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ
• ‘ବସ୍’ ଲାଭ ଅଫରରେ: ମାଗଣା ମୁଭ୍ ଓଏସ୍ ପ୍ଲସ୍ (MoveOS+)ଅପଗ୍ରେଡ୍ ସୁବିଧା ମିଳିବ ଯାହାର ମୂଲ୍ୟ ୬ ହଜାର ଟଙ୍କା ଏବଂ ମାଗଣା ଚାର୍ଜିଂ କ୍ରେଡିଟ୍ ଯାହାର ମୂଲ୍ୟ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି

ଓଲା  ଗ୍ରାହକଙ୍କ ସୁବିଧା ଏବଂ ଆବଶ୍ୟକତାକୁ ପୂରଣ କରି ଏସ୍-୧ର ବିଭିନ୍ନ ମଡେଲ ଗୁଡ଼ିକରେ ଆକର୍ଷଣୀୟ ଅଫର ଏବଂ ମୂଲ୍ୟ ପ୍ରଦାନ କରୁଛି । ଏହା ସହିତ ପ୍ରମିୟମ ମଡେଲ  ଏସ୍-୧ ପ୍ରୋର ମୂଲ୍ୟ  ୧ ଲକ୍ଷ ୩୪ ହଜାର ୯୯୯ ରହିଥିବାବେଳେ ଏସ୍-୧ ଏୟାରର ମୂଲ୍ୟ ୧ ଲକ୍ଷ ୭ ହଜାର ୯୯୯ ଟଙ୍କା ରହିଛି । ସେହିପରି ଏସ୍-୧ ଏକ୍ସ ମଡେଲର ୨ କିଲୋୱାଟଏଚଏଚ(2 kWhh)ର ମୂଲ୍ୟ ୭୪,୯୯୯ ଟଙ୍କା ଏବଂ ୩ କିଲୋୱାଟଏଚଏଚ(3 kWh)ର ମୂଲ୍ୟ ୮୭,୯୯୯ ଟଙ୍କା ଏବଂ ୪ କିଲୋୱାଟଏଚଏଚ(4 kWhh)ର ମୂଲ୍ୟ ୧ ଲକ୍ଷ ୧ହଜାର ୯୯୯ ଟଙ୍କା ରହିଛି ।

10aamznnxapa

ସୂଚନାଯୋଗ୍ୟ, ନିକଟରେ ଓଲା ଇଭି ହାଇପର ସର୍ଭିସ୍(#HyperService)ର ଅଫର ଘୋଷଣା କରିଥିଲା । ଯେଉଁଥିରେ କମ୍ପାନି ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୧ ହଜାର ଓଲା ସର୍ଭିସ୍ ସେଣ୍ଟର ସ୍ଥାପନ କରିବ ବୋଲି କହିଛି ।  ଗ୍ରାହକଙ୍କର ଯେପରି କୌଣସି ଅସୁବିଧା ନ ହେବ ତାହାକୁ ଧ୍ୟାନରେ ରଖି ଦେଶରେ ଓଲା ଇଭିର ବିକ୍ରୟ ଏବଂ ସର୍ଭିସ୍ ନେଟୱାର୍କ ପାଇଁ ପାର୍ଟନର ପ୍ରୋଗ୍ରାମ ଆରମ୍ଭ କରିଛି । ଯାହାଦ୍ୱାରା ୨୦୨୫ ଶେଷ ସୁଦ୍ଧା ଓଲା କମ୍ପାନି ନେଟୱାର୍କ କ୍ଷେତ୍ରକୁ ୧୦ ହଜାର କରିବାକୁ ଲକ୍ଷ୍ୟ ରଖିଛି । ଏଥିସହ ଦେଶର ୧ ଲକ୍ଷ ମେକାନିକଙ୍କୁ ଓଲା ତାଲିମ ପ୍ରଦାନ କରିବ ଯାହାଦ୍ୱାରା ପ୍ରତି ମେକାନିକ ଭାରତରେ ଇଭି ଗାଡ଼ି ପ୍ରସ୍ତୁତ କରିପାରିବେ ।

10bamznnxxpa1

୨୦୨୪ ଅଗଷ୍ଟରେ ହୋଇଥିବା ବାର୍ଷିକ ସଂକଳ୍ପ କାର୍ଯ୍ୟକ୍ରମରେ କମ୍ପାନି ରୋଡଷ୍ଟର ମୋଟଯାନର ସିରିଜ୍ ଲଞ୍ଚ ନେଇ ଘୋଷଣା କରିଥିଲା । ଯେଉଁଥିରେ ରୋଡଷ୍ଟର ଏକ୍ସ- (2.5 kWh, 3.5 kWh, 4.5 kWh), ରୋଡଷ୍ଟର (3.5 kWh, 4.5 kWh, 6 kWh) ଏବଂ ରୋଡଷ୍ଟର ପ୍ରୋ (8 kWh, 16 kWh) ଭଳି ଭାରିଆଣ୍ଟଗୁଡ଼ିକ ରହିଛି । ଏହି ସିରିଜର ମୋଟରଯାନ ଗୁଡ଼ିକରେ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରଦାନ କରାଯିବ । ଏସବୁର ମୂଲ୍ୟ ଯଥାକ୍ରମେ, ୭୪,୯୯୯,ଟଙ୍କା, ୧ ଲକ୍ଷ ୪୯୯୯ ଟଙ୍କା ଏବଂ ୧ ଲକ୍ଷ ୯୯ ହଜାର ୯୯୯ ଟଙ୍କା  ରହିଛି।

 

ଓଲା ବସ୍ ଅଫରର ଲାଭ ଉଠାଇବାକୁ ଚାହୁଁଥିଲେ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ....

Landing Page Link: https://www.olaelectric.com/biggest-ola-season-sale

Insta link: https://www.instagram.com/reel/DBNx1FRunVr/?hl=en