ବସ୍‌, ଟ୍ରେନ୍‌ ଗନ୍ତବ୍ୟ ସ୍ଥଳର ଆଗୁଆ ସୂଚନା ଦେବ ଗୁଗୁଲ୍‌ ମ୍ୟାପ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ଖୁବ୍‌ଶୀଘ୍ର ଗୁଗୁଲ୍‌ ମ୍ୟାପ୍‌ ବ୍ୟବହାରକାରୀମାନେ ରିଅଲ ଟାଇମ୍‌ ନୋଟିଫିକେସନ୍‌ ଆଲର୍ଟ ପାଇପାରିବେ। ମ୍ୟାପ୍‌୍‌ରେ ଏ ସମ୍ପର୍କିତ ଅପଡେଟ୍‌ କରିବା ଉପରେ ଗୁଗୁଲ୍‌ ବିଚାର କରୁଛି। ଗୁଗୁଲ୍‌ ମ୍ୟାପ୍‌କୁ ବ୍ୟବହାର କରି ଯାତ୍ରା କରୁଥିବା ଲୋକମାନଙ୍କୁ ବିଭିନ୍ନ ସ୍ଥାନର ସଠିକ୍‌ ସୂଚନା ପ୍ରଦାନ କରିବା ପାଇଁ ଗୁଗୁଲ୍‌ ମ୍ୟାପ୍‌ରେ ଅପ୍‌ଡେଟ୍‌ କରାଯିବ। ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଏହା ରିଅଲ୍‌ ଟାଇମ୍‌ ନୋଟିଫିକେସନ୍‌ ପ୍ରଦାନ କରିବ। ଆଣ୍ଡ୍ରଏଡ୍‌ ଫୋନ୍‌ର ସ୍କ୍ରିନ୍‌ ଲକ୍‌ ଥିବା ବେଳେ ମଧ୍ୟ ଆଲର୍ଟ ମିଳିବ। ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଲୋକମାନେ ଯେଉଁ ସ୍ଥାନରେ ଓହ୍ଲାଇବାକୁ ଚାହୁଁଛନ୍ତି ଯଦି ସେ ବିଷୟରେ ଗୁଗୁଲ୍‌ ମ୍ୟାପ୍‌ରେ ଆଗୁଆ ସୂଚନା ପ୍ରଦାନ କରିଥିବେ ତେବେ ଉକ୍ତ ସ୍ଥାନ ଆସିବା ବିଷୟରେ ଗୁଗୁଲ୍‌ ମ୍ୟାପ୍‌ ଆଗୁଆ ସୂଚନା ପ୍ରଦାନ କରିବ। ବସ୍‌, ଟ୍ରେନ୍‌ କିମ୍ବା କାର୍‌ ଯେକୌଣସି ମାଧ୍ୟମ ଜରିଆରେ ଯାତ୍ରା କରୁଥିବା ବେଳେ ଗୁଗୁଲ୍‌ ମ୍ୟାପ୍‌ ରିଅଲ ଟାଇମ୍‌ ଆଲର୍ଟ ପ୍ରଦାନ କରିବ। ପାଦରେ ଚାଲିଚାଲି ଯାଉଥିବା ଲୋକମାନଙ୍କୁ ମଧ୍ୟ ଏହା ଆଲର୍ଟ ପ୍ରଦାନ କରିବ। ତେବେ ଏହି ସୁବିଧା କେବେ ଗୁଗୁଲ୍‌ ମ୍ୟାପ୍‌ରେ ଉପଲବ୍ଧ ହେବ ତାହାର କୌଣସି ନିର୍ଦିଷ୍ଟ ସମୟ ସୀମା ବିଷୟରେ କିଛି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର