ଭୁବନେଶ୍ବର: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତୀୟ ବ୍ୟବସାୟୀମାନଙ୍କ ଏକ ପ୍ରତିନିଧି ଦଳ କାନାଡ଼ା ଗସ୍ତ କରିଛନ୍ତି। ଫିକି ଓ ବିଜନେସ୍ କାଉନ୍‌ସିଲ୍‌ ଅଫ୍‌ କାନାଡା ପକ୍ଷରୁ ଆୟୋଜନ କରାଯାଇଥିବା ସିଇଓ ରାଉଣ୍ଡ୍‌ଟେବୁଲ୍‌ରେ ଶୁଭ୍ରକାନ୍ତ ଯୋଗ ଦେଇଥିଲେ।

Advertisment

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ବର୍ତ୍ତମାନ ଯାହା ରହିଛି ତାହା ଆହୁରି ବଢ଼ିପାରିବାର ବ୍ୟାପକ ସମ୍ଭାବନା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହା ପରେ ଫିକି ଓ କାନାଡା-ଇଣ୍ଡିଆ ବିଜନେସ୍ କାଉନସିଲ୍‌ ପକ୍ଷରୁ ଆୟୋଜିତ ଆର୍ଥିକ କ୍ଷେତ୍ର ରାଉଣ୍ଡ୍‌ ଟେବୁଲ୍‌ରେ ସେ ଯୋଗ ଦେଇଥିଲେ ଯେଉଁଥିରେ ମନ୍ତ୍ରୀ ଶ୍ରୀ ଗୋୟଲ ଭାରତର ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ଉପରେ ଆଲୋଚନା କରିଥିଲେ।