ମୁମ୍ବାଇ: ଚଳିତ ବର୍ଷର ସବୁଠୁ ଅସ୍ଥିର ସମୟ ଦେଇ ଗତି କରୁଛି ସେୟାର ବଜାର। ବିଗତ ସାତ ଦିନରେ ସେନ୍ସେକ୍ସରେ ୧୨୫୦ ପଏଣ୍ଟରୁ ଅଧିକ ହ୍ରାସ ହୋଇସାରିଲାଣି। ଫଳରେ ନିବେଶକମାନଙ୍କ ୬.୧୮ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି।
ସେୟାର ବଜାରରେ ଅସ୍ଥିରତାର ଅନେକ କାରଣ ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା, ଅଶୋଧିତ ତୈଳ ମୂଲ୍ୟରେ ସୁଧାର ଏବଂ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିବା ଦ୍ୱାରା ସେୟାର ବଜାରରେ କାବରାର ପ୍ରଭାବିତ ହୋଇଛି। ଆମେରିକାର ଫେଡେରାଲ୍ ରିଜର୍ଭ ପୁଣି ଥରେ ସୁଧ ବଢ଼ାଇବା ଉପରେ ବିଚାର କରୁଥିବାରୁ ନିବେଶକମାନେ ଛାନିଆ ହୋଇପଡ଼ିଛନ୍ତି।
ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ଚଳିତ ମାସ ୧୮ ତାରିଖର ୧୩୬,୭୬,୪୬୫ କୋଟି ଟଙ୍କା ଥିଲା। ଏବେ ତାହା ୬.୧୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୩୦,୬୮,୪୬୫ କୋଟି ଟଙ୍କାରେ ପହଞ୍ଚିଗଲାଣି। ଏହି ସମୟ ଭିତରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୧୨୭୦ ପଏଣ୍ଟ ହ୍ରାସ ପାଇ ୩୧,୧୫୪ ପଏଣ୍ଟରେ ପହଞ୍ଚିଗଲାଣି। ଚଳିତ ମାସ ୧୮ରେ ସେନସେକ୍ସ ୩୨,୪୨୩ ପଏଣ୍ଟରେ ଥିଲା।
ସେନସେକ୍ସରେ ୪୪୦ ପଏଣ୍ଟ ହ୍ରାସ ହୋଇଛି। ସର୍ଜିକାଲ୍ ଷ୍ଟ୍ରାଇକ୍ ଖବର ପ୍ରଚାରିତ ହେବା ପରେ ଷ୍ଟକ ବଜାରରେ ନିବେଶକମାନେ ସେୟାର ବିକ୍ରି କରିଦେବା ଯୋଗୁଁ ସେନେସେକ୍ସରେ ଏଭଳି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ନିବେଶକମାନଙ୍କର ୧.୬ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ପାଇଁ ୬୫ ଟଙ୍କା ୭୮ ପଇସା ଗଣିବାକୁ ପଡ଼ୁଛି ଯାହାର ମୂଲ୍ୟ କିଛି ଦିନ ତଳେ ୬୪ ଟଙ୍କା ସ୍ତରରେ ରହିଥିଲା। ଟଙ୍କା ଦୁର୍ବଳ ହେବା ଯୋଗୁଁ ବିଦେଶୀ ନିବେଶକମାନେ ପାଣ୍ଠି ହରାଇବା ଭୟରେ ସେୟାର ବିକ୍ରି କରିଦେଉଛନ୍ତି। କାରଣ ଟଙ୍କା ମୂଲ୍ୟ ହ୍ରାସ ପାଇଲେ ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନଙ୍କର ରିଟର୍ଣ୍ଣ ଇକ୍ୱିଟିରେ କମିଯାଏ। ଅନ୍ୟ ପକ୍ଷରେ ବିଶ୍ୱ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୫୮ ଟଙ୍କା ୭୩ ପଇସାରେ ପହଞ୍ଚିଯାଇଛି ଯାହା କିଛି ଦିନ ତଳେ ୫୩ ଡଲାର ସ୍ତରରେ ରହିଥିଲା।
ସେୟାର ବଜାରରେ ଅସ୍ଥିରତା: ନିବେଶକଙ୍କ କ୍ଷତି ୬ ଲକ୍ଷ କୋଟି
/sambad/media/post_attachments/wp-content/uploads/2017/09/share-market.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)