ଏକ୍ସଆଇଏମ୍‌ବି‌ରେ ବ୍ୟବସାୟ ସମ୍ମିଳନୀ ‘ଅ‌ଶ୍ବମେଧ-୧୯’ ଯୋଗାଣ ଶୃଙ୍ଖଳରେ ନବସୃଜନ ଆବଶ୍ୟକ

ଭୁବନେଶ୍ବର: ଅଗ୍ରଣୀ ବି-ସ୍କୁଲ୍‌ ଏକ୍ସଆଇଏମ୍‌ବିର ବାର୍ଷିକ ବ୍ୟବସାୟ ସମ୍ମିଳନୀ ‘ଅଶ୍ବମେଧ-୨୦୧୯’ ଅନୁଷ୍ଠିତ ହୋଇଯାଇଛି। ଯୋଗାଣ ଶୃଙ୍ଖଳ ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା। ଶିଳ୍ପରେ ଦେଖାଦେଇଥିବା ପରିବର୍ତ୍ତନ ଅନୁସାରେ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ‌କିଭଳି ପରିବର୍ତ୍ତନ ହେଉଛି ସେ ବିଷୟରେ ସମ୍ମିଳନୀରେ ବକ୍ତାମାନେ ଆଲୋଚନା କରିଥିଲେ। ପ୍ରଫେସର ବିକ୍ରମ କେଶରୀ ବାହିନୀପତି ସମ୍ମିଳନୀର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ରେମଣ୍ଡ୍‌ର ଡିଜିଏମ୍ ସୁନୀଲ ଭରଦ୍ବାଜ, ଲିଗ୍ରାଡ୍‌ର କଣ୍ଟ୍ରି ହେଡ୍‌ ସତ୍‌ପାଲ୍ ସିଂହ ଓ ପାଥ୍‌ର ଡେପୁଟି ଡାଇରେକ୍ଟର ନିଖିଲ କୁଶ ଯୋଗାଣ ଶୃଙ୍ଖଳର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଯୋଗାଣ ଶୃଙ୍ଖଳରେ ନବସୃଜନର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ କହିଛନ୍ତି। ଶ୍ରୀ ଭରଦ୍ବାଜ କହିଲେ, ବର୍ତ୍ତମାନ ପରିସ୍ଥିତିରେ ଶିଳ୍ପ ଜଗତ ପାଇଁ ଏଭଳି ଏକ ଯୋଗାଣ ଶୃଙ୍ଖଳ ମଡେଲ୍‌ର ଆବଶ୍ୟକତା ରହିଛି ଯାହା ଦୀର୍ଘସ୍ଥାୟୀ ହୋଇପାରିବ। ଶ୍ରୀ ସିଂହ କହିଛନ୍ତି ଯେ, କେବଳ ସାଧାରଣ ନବସୃଜନ ହେଲେ ବିଶେଷ କିଛି ଲାଭ ମିଳିବନି। ଏକ୍ଷେତ୍ରରେ ନୂତନତ୍ବ ଆଗକୁ ବଢ଼ିବା ଦରକାର ଏବଂ ତାହା ଗ୍ରାହକମାନଙ୍କ ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବା ଦରକାର। ଘରୋଇ ଓ ସରକାରୀ କଂପାନିର ଯୋଗାଣ ଶୃଙ୍ଖଳରେ ରହିଥିବା ପ୍ରଭେଦ ବିଷୟରେ ନିଖିଲ କୁଶ ଆଲୋଚନା କରିଥିଲେ। ସ୍ବାସ୍ଥ ସେବା କ୍ଷେତ୍ର ପାଇଁ ଏକ ସୁଦୃଢ଼ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ସଂଯୋଜିକା ଅଙ୍କିତା ରଥ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର