ଅହମ୍ମଦାବାଦ୍‌: ଗତ ୨୦୧୭ ମସିହା ଅକ୍ଟୋବର ମାସରେ ଜେଟ୍‌ ଏୟାର୍‌ଓଏଜ୍‌ ବିମାନକୁ ହାଇଜାକ ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅଦାଲତ ଏହି ମାମଲାର ଶୁଣାଣି କରି ତାଙ୍କ ଉପରେ ୫ କୋଟି ଟଙ୍କା ଜରିମାନା ଲଗାଇଛନ୍ତି।

Advertisment

ଏହି ମାମଲାର ଶୁଣାଣି କରି ଜଜ୍‌ କେଏମ୍‌ ଦେଭେ କହିଛନ୍ତି କି ‘ବ୍ୟବସାୟୀ ଯେଉଁ ଜରିମାନା ଦେବେ ତାହାକୁ ଉକ୍ତ ବିମାନରେ ଥିବା କ୍ରିୟୁ ମେମ୍ବେର ଓ ଯାତ୍ରୀମାନଙ୍କ ଭିତରେ ବଣ୍ଟନ କରଯିବ।’

publive-image www.news18.com

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୩୦ ତାରିଖରେ ବ୍ୟବସାୟୀ ବିରଜୁ ସାଲା ଇଂରାଜି ଓ ଉର୍ଦୁ ଭାଷାରେ ବିମାନ ହାଇଜାକ୍‌ କରିବା ଧମକ ଦେଇ ବିମାନ ଶୌଚାଳୟରେ ଥିବା ଟିସି ପେପର୍‌ ବକ୍ସରେ ରଖି ଦେଇଥିଲେ। ଏହି ଖବରର ସଙ୍ଗେ ସଙ୍ଗେ ଚାରିଆଡ଼େ ଖେଳିଯିବାରୁ ପୂରା ବିମାନରେ ଭୟର ଆତଙ୍କ ଖେଳି ଯାଇଥିଲା।

ଏହି ଘଟଣା ପରେ ତାଙ୍କୁ ଜେଟ୍‌ ଏୟାର୍‌ଓଏଜ ପକ୍ଷରୁ କଳା ତାଲିକା ଭୁକ୍ତ କରାଯାଇ ବିମାନ ଉଡ଼ାଣ ରଦ୍ଦ କରାଯାଇଥିଲା।