ମାଗଣାରେ ୫ ଲିଟର ପେଟ୍ରୋଲ ପାଇବାର ଶେଷ ସୁଯୋଗ !

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ନିଜର ଗ୍ରାହକଙ୍କ ପାଇଁ ଏକ ଅଫର ଘୋଷଣା କରିଛି। ଏସ୍‌ବିଆଇ ବ୍ୟବହାରକାରୀଙ୍କ ପାଖରେ ୫ଲିଟର ମାଗଣା ପେଟ୍ରୋଲ ଭରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଆପଣଙ୍କ ପାଇଁ ଏହି ଅଫରର ଲାଭ ଉଠାଇବା ଶେଷ ତାରିଖ ଆସନ୍ତା ଶୁକ୍ରବାର ଯାଏଁ ରହିଛି। ଏହାପରେ ଆପଣ ଆଉ ଏହି ଅଫରର ଲାଭ ଉଠାଇ ପାରିବେ ନାହିଁ।

ଏସ୍‌ବିଆଇ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଆପଣ କୌଣସି ବି ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭରିବା ପାଇଁ ଭିମ୍‌ ଆପ୍‌ ବ୍ୟବହାର କରିଲେ ଆପଣଙ୍କୁ ୫ଲିଟର ପେଟ୍ରୋଲ ମାଗଣାରେ ମିଳିବ। ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ୍‌ର ପମ୍ପରୁ ହିଁ ପେଟ୍ରୋଲ ଭରିବାକୁ ପଡ଼ିବ।

ଆପଣଙ୍କୁ ଅତି କମ୍‌ରେ ୧୦୦ଟଙ୍କାର ଖର୍ଚ୍ଚ କରିବାକୁ ପଡ଼ିବ। ଏଥିପାଇଁ ଭିମ୍‌ ଆପ୍‌ର ବ୍ୟବହାର କରିବାକୁ ହେବ। ଟଙ୍କା ପୈଠ ପାଇଁ ୯୨୨୨୨୨୨୦୮୪ରେ ଏସ୍‌ଏମ୍‌ଏସ୍‌ ପଠାଇବାକୁ ପଡ଼ିବ। ଏସ୍‌ଏମ୍‌ଏସ୍‌ ପାଇଁ ନର୍ମାଲ ଚାର୍ଜ ଦେବାକୁ ପଡ଼ିବ। ଯଦି ଆପଣ ଏହି ଅଫର ପାଇଁ ଚୟନ ହୁଅନ୍ତି ତେବେ ଆପଣଙ୍କୁ ଫୋନ୍‌ ଓ ଇମେଲ ଜରିଆରେ ମାଗଣାରେ ପେଟ୍ରୋଲ ଭରିବା ପାଇଁ ସୂଚିତ କରି ଦିଆଯିବ।

ଏସ୍‌ବିଆଇ ଏହି ଅଫର ବିଷୟରେ ଅଧିକ ଜାଣିବା ପାଇଁ ଏସ୍‌ବିଆଇ େଓ୍ଵବସାଇଟ୍‌କୁ ଯାଇ ସୂଚନା ପାଇ ପାରିବେ। ଆପଣ ଏସ୍‌ବିଆଇ କଷ୍ଟମର କେୟାର ସହିତ କଥା ହେବାକୁ ଚାହୁଁଥିଲେ ଟୋଲ ଫ୍ରି ନମ୍ବର ୧୮୦୦ ୨୨ ୮୮୮୮ରେ ଫୋନ୍‌ କରି ପାରିବେ। ଏଥିସହିତ [email protected]ରେ ଇମେଲ କରି ସୂଚନା ପାଇ ପାରିବେ। ଏହି ଅଫର ନଭେମ୍ବର ୨୩ ରାତି ୧୨.୦୦ ଭିତରେ ଲାଭ ଉଠାଇ ପାରିବେ। ଗୋଟିଏ ମୋବାଇଲ ନମ୍ବରରେ ଦୁଇଥର ଏହି ଅଫରର ଲାଭ ଉଠାଇ ପାରିବେ।

ସମ୍ବନ୍ଧିତ ଖବର