ବିଏମଡବ୍ଲୁ ତିଆରି କରିଛି ଏହି ଚାଳକ ବିହୀନ ବାଇକ, ଆପେ ଆପେ ଷ୍ଟାର୍ଟ ହେବ ଓ ଚାଲିବ

ବର୍ଲିନ: ଜର୍ମାନ ଲକଜୁରୀ କାର ନିର୍ମାତା କମ୍ପାନି ବିଏମଡବ୍ଲୁ ପକ୍ଷରୁ ଏକ ଅଟୋନମସ ବା ସ୍ୱୟଂଚାଳିତ ବାଇକ ତିଆରି କରାଯାଇଛି । ଏହା ବିନା ଚାଳକରେ ବିଭିନ୍ନ ସ୍ଥାନକୁ ଯାଇପାରିବ । ଏହା ନିଜେ ଷ୍ଟାର୍ଟ କରିପାରିବ, ରାସ୍ତାରେ ଚାଲିପାରିବ, ନିଜର ବେଗ କମ ବେଶୀ କରିପାରିବ ଓ ବ୍ରେକ ମାରି ରହିପାରିବ, ଗାଡିକୁ ପାର୍କ କରିପାରିବ ।

ଏଥିରେ ଥିବା ଜିପିଏସ ସିଷ୍ଟମ ବିଭିନ୍ନ ସ୍ଥାନ ଖୋଜି ପାଇପାରିବ, ନିଜର ଗନ୍ତବ୍ୟ ସ୍ଥଳ ନିରୁପଣ କରିପାରିବ । ଏହାକୁ ବିଏମଡବ୍ଲୁର ମୋଟରସାଇକେଲ ଡିଭିଜନ ମୋଟୋରାଡ ପକ୍ଷରୁ ବିକଶିତ କରାଯାଇଛି । ବିଏମଡବ୍ଲୁର ଇଂଜିନିୟର ଷ୍ଟିଫାନ ହାନ୍ସ ଏହାକୁ ତିଆରି କରିଛନ୍ତି । ନିକଟରେ ଏକ ଟ୍ରାକରେ ଏହାର ପରୀକ୍ଷାମୂଳକ ଚାଳନା କରାଯାଇଥିଲା । ପରୀକ୍ଷଣରେ ଏହା ସନ୍ତୋଷଜନକଭାବେ କାର୍ଯ୍ୟ କରିଛି । ତେବେ ଏହାକୁ ନିକଟ ଭବିଷ୍ୟତରେ ବଜାରକୁ ଛାଡିବାର କୌଣସି ଯୋଜନା ନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏହାକୁ ଏବେ କେବଳ ଗବେଷଣା ଓ କେତେକ ସ୍ୱତନ୍ତ୍ର କାର୍ଯ୍ୟରେ ବ୍ୟବହାର କରାଯିବ ।

ସମ୍ବନ୍ଧିତ ଖବର