ନୂଆଦିଲ୍ଲୀ: ଦେଶ ଭିତରେ ଯାତ୍ରୀ ପରିବହନ ସେବା ପ୍ରଦାନ କରୁଥିବା ବିମାନ କଂପାନିଗୁଡ଼ିକ ଆସନ୍ତା ବର୍ଷ ଫେବ୍ରୁଆରି ୨୪ ପର୍ଯ୍ୟନ୍ତ କରୋନା ମହାମାରୀ ପୂର୍ବ ସମୟ ତୁଳନାରେ ୬୦ ପ୍ରତିଶତ ବିମାନ ଚଲାଇପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଆଜି ଏହି ଘୋଷଣା କରାଯାଇଛି। କରୋନା ମହାମାରୀର ମୁକାବିଲା ଦେଶରେ ଗତ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷଣା କରାଯିବା ପରେ ବିମାନ ସେବା ଉପରେ କଟକଣା ଜାରି କରାଯାଇଥିଲା। ଦୁଇ ମାସ ବ୍ୟବଧାନ ପରେ ମେ’ ୨୫ରେ ଦେଶ ଭିତରେ ବିମାନ ଉଡ଼ାଣ ଆରମ୍ଭ କରିବା ଅନୁମତି ଦିଆଯାଇଥିଲା। ସେହି ସମୟରେ କରୋନା ପୂର୍ବବର୍ତୀ ସମୟର ୩୩% ବିମାନ ଉଡ଼ାଣ ଆରମ୍ଭ କରିବାକୁ କଂପାନିଗୁଡ଼ିକୁ କୁହାଯାଇଥିଲା। ଜୁନ୍ରେ ସେହି ସୀମାକୁ ୪୫%କୁ ବୃଦ୍ଧି କରାଯିବା ପରେ ସେପ୍ଟେମ୍ବର ୨ରେ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ବିମାନ ଚଳାଚଳକୁ ନେଇ ୬୦ ପ୍ରତିଶତର ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହା ଆସନ୍ତା ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ବଳବତ୍ତର ରହିବ।
ଫେବ୍ରୁଆରି ପର୍ଯ୍ୟନ୍ତ ୬୦% ବିମାନ ଉଡ଼ିବ
/sambad/media/post_attachments/wp-content/uploads/2020/10/flight-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)