ନୂଆଦିଲ୍ଲୀ: ଯଦି ଆପଣ ଭିଭୋର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କମ୍ପାନି ଭିଭୋ ନେକ୍ସ, ଭିବୋ ଭି ୧୧, ଭିବୋ ଭି ୧୧ ପ୍ରୋ ଓ ଭିବୋ ଓ୍ଵାଇ୯୫ ସମେତ ନିଜର ଅନେକ ସ୍ମାର୍ଟଫୋନ୍ ପାଇଁ ଏକ୍ସକ୍ଲୁସିବ୍ ଅଫର୍ସର ଘୋଷଣା କରିଛି। କମ୍ପାନିର ‘ନୂଆ ଫୋନ୍’, ‘ନ୍ୟୁ ୟୁ’ ଅଫର ଜରିଆରେ ଭିଭୋର ସ୍ମାର୍ଟଫୋନ୍ରେ ପାଖାପାଖି ୧୦୧ ଟଙ୍କାର ଡାଉନ୍ପେମେଣ୍ଟ ଓ ୬ ମାସର ଇଏମଆଇରେ କିିଣିବାର ସୁବିଧା ଉପଲବ୍ଧ କରାଇଛି। ଏହି ଅଫର ଅଫଲାଇନ୍ ଷ୍ଟୋରରୁ କିଣିବାକୁ ଚାହୁଁଥିଲେ, ଭେଲିଡିଟି ଡିସେମ୍ବର ୨୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମୟ ରହିଛି।। ୪୧ ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ଅଫର ୧୦ହଜାର ଟଙ୍କା ଅର୍ଥାତ୍ ତାହା ଠାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ୍ରେ ଉପଲବ୍ଧ ରହିଛି।
/sambad/media/post_attachments/wp-content/uploads/2018/12/2018-.jpg)
‘ନୂଆ ଫୋନ୍’, ‘ନ୍ୟୁ ୟୁ ଅଫର’ ଅଫର ଜରିଆରେ ‘୧୦୧’ଟଙ୍କାରେ ଭିଭୋ ଫୋନ୍ ପାଇବା ପାଇଁ ଏହି ଅଫର ଫଲୋ କରନ୍ତୁ
୧. କୌଣସି ବି ଭିଭୋ-ବିଏଫଏଲ୍ ପାର୍ଟନର ଷ୍ଟୋର ଯିବାକୁ ପଡ଼ିବ।
୨. ପାନ୍କାର୍ଡ, ଆଧାର କାର୍ଡ ଓ ଭୋଟର ଆଇଡି କାର୍ଡ ଭଳି ବେସିକ୍ କେଓ୍ଵାସି ଡକ୍ୟୁମେଣ୍ଟ ସାଥୀରେ ନିଶ୍ଚୟ ନେଇ ଯାଆନ୍ତୁ।
୩. ଭିଭୋ ନେକ୍ସ, ଭି ୧୧, ଭି ୧୧ ପ୍ରୋ, ଓ୍ଵାଇ୯୫, ଓ୍ଵାଇ ୮୩ ଓ ଓ୍ଵାଇ ୮୧-୪ଜି ସ୍ମାର୍ଟଫୋନ୍ ମଧ୍ୟରୁ ଆପଣ ଯେଉଁ ଫୋନ୍ କିଣିବାକୁ ଚାହୁଁଛନ୍ତି ତାହାକୁ ବାଛି ପାରିବେ।
୪. ୧୦୧ଟଙ୍କାର ଡାଉନ୍ପେମେଣ୍ଟ କରି ରିଟେଲର ପାଖରେ କେଓ୍ଵାସି ଡକ୍ୟୁମେଣ୍ଟ ଜମା କରନ୍ତୁ।
/sambad/media/post_attachments/wp-content/uploads/2018/12/vivo-v11-pro-review-759-1.jpg)
୫. ଏବେ ସ୍କିମ୍ ଜରିଆରେ ଆପଣ ଫୋନ୍ରେ ପୈଠ କରିବାକୁ ଥିବା ରାଶି ୬ ମାସର ଇଏମ୍ଆଇରେ ବାଣ୍ଟି ଦିଆଯିବ, ଯେଉଁଥିପାଇଁ ପ୍ରତିମାସରେ ଆପଣଙ୍କ ଆକାଉଣ୍ଟରୁ ଫୋନ୍ ପାଇଁ ଟଙ୍କା କଟିଯିବ।
୬. ସେହିପରି ଏଚଡିଏଫ୍ସିର କ୍ରେଡିଟ ତଥା ଡେବିଟ କାର୍ଡରେ କିଣିଲେ ଆପଣଙ୍କୁ ଜିରୋ ପେମେଣ୍ଟ ସହିତ ୫ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/download-4-6.jpg)