ସିଏଏ ବିରୋଧୀ ହିଂସା ବୁଡ଼ାଉଛି ବେପାର : ଦିଲ୍ଲୀରେ ୧୫୦୦ କୋଟି କ୍ଷତି ସହିଲାଣି ବ୍ୟାବସାୟିକ ସମୁଦାୟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ( ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସହରରେ ରକ୍ତାକ୍ତ ସଂଘର୍ଷ  ଓ ପୋଡ଼ାଜଳା ମଧ୍ୟ ଦେଖିବାକୁ ମିଳୁଛି। ଜାମିଆ ମିଲିଆ ଇସଲାମିଆରେ  ହିଂସା ପରେ ଦିଲ୍ଲୀର ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏକ ଆକଳନ ଅନୁସାରେ, ଏଥିପାଇଁ  ବ୍ୟବସାୟୀଙ୍କୁ ୧୫୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି । ଯଥାଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଏହି  କ୍ଷତି ବହୁଗୁଣିତ ହେବାର  ଆଶଙ୍କା ରହିଛି । ଲଗାତାର ହିଂସା ଓ ଦଙ୍ଗା ଯୋଗୁଁ  ରିଟେଲ ର୍ମାକେଟ ଉପରେ କୁପ୍ରଭାବ ପଡୁଛି । ଏହି ପରିସ୍ଥିତି ଯୋଗୁଁ  ବଜାର ଦର ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି । ସେଥିଲାଗି ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟବସାୟୀ ମଧ୍ୟ ଆସିବା ବନ୍ଦ କରିଦେଇଛନ୍ତି । ପାଞ୍ଚଦିନ ମଧ୍ୟରେ ପାଖାପାଖି ଭାବେ  ବ୍ୟବସାୟବାଣିଜ୍ୟରେ ୬୦ ପ୍ରତିଶତ  ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି ।

ummid.com

ସୂଚନା ଅନୁଯାୟୀ, ଦିଲ୍ଲୀରେ  ପ୍ରତିଦିନ ପ୍ରାୟ  ୫୦୦ କୋଟିର ବ୍ୟବସାୟ  ହୋଇଥାଏ । ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କାରବାର ୬୦ ପ୍ରତିଶତ ହ୍ରାସପାଇଛି । ଅନ୍ୟପଟେ ବିକ୍ଷୋଭକାରୀଙ୍କ ରକ୍ତାକ୍ତ ସଂଘର୍ଷ  ପାଇଁ ବଜାରରେ ମଧ୍ୟ ଗ୍ରାହକ ଦେଖିବାକୁ ମିଳୁନାହାନ୍ତି । ୧୫ ଡିସେମ୍ବରରେ ଜାମିଆ ହିଂସା ପରେ ୨୦ ଡିସେମ୍ବର ପର୍ଯ୍ୟନ୍ତ ଅତି କମରେ ୧୫୦୦ କୋଟିର କ୍ଷତି ହୋଇ ସାରିଛି । ଏହା ଦ୍ୱାରା ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେଉଥିବା ନୂତନବର୍ଷର କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର