୧୩ ଶ୍ରମ ଆଇନ ମିଶ୍ରଣ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ୧୩ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ଗୋଟିଏ ଆଇନରେ ପରିଣତ କରିବା ଲାଗି ଆଗତ ହେବାକୁ ଥିବା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜୁରି ଦେଇଛି। ନୂଆ ଶ୍ରମ ଆଇନକୁ ୧୦ ଜଣ ବା ତାଠାରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଲାଗୁ ହେବ। ପ୍ରସ୍ତାବିତ ବିଲ୍‌ର ନାମ ପେସାଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ସ୍ଥିତି ବିଲ୍‌-୨୦୧୯ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପରିବେଶ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏହି ନୂଆ ବିଲ୍‌ରେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଆଦି କ୍ଷେତ୍ରରେ ସର୍ବନିମ୍ନ ୧୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ ଉକ୍ତ ଆଇନ କାର୍ଯ୍ୟକାରୀ ହେବାକୁ ଥିବାରୁ ଦେଶରେ ଅଧିକ ଶ୍ରମିକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର