ଏଲ୍‌ଆଇସି ପୁଞ୍ଜି ପ୍ରତ୍ୟାହାରକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। କଂପାନିର କେତେ ପ୍ରତିଶତ ଅଂଶଧନ ବିକ୍ରି କରାଯିବ ସେହି ନିଷ୍ପତ୍ତି ଗ୍ରହଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି। ଏଲ୍‌ଆଇସିର ପୁଞ୍ଜି ବଜାର ମୂଲ୍ୟ ଧାର୍ଯ୍ୟ କରିବା ଲାଗି ଚଳିତ ବର୍ଷ ଜାନୁଆରିରେ ମିଲିମାନ୍ ଆଡଭାଇଜର୍ସ ଏଲ୍‌ଏଲ୍‌ପିକୁ ଦାୟିତ୍ବ ଦିଆଯାଇଥିଲା।

କଂପାନିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରାଇ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବା ଲାଗି ବଜେଟ୍‌ରେ ଘୋଷଣା କରାଯାଇଛି। ଏହା ହେବ ଭାରତର କର୍ପୋରେଟ୍ ଇତିହାସରେ ସର୍ବବୃହତ ଆଇପିଓ। ଚଳିତ ବର୍ଷ ଶେଷ ସୁଦ୍ଧା ଏଲ୍‌ଆଇସିର ଅଂଶଧନ ବିକ୍ରି ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାରରୁ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଏଲ୍‌ଆଇସି ଆଇପିଓ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ସମ୍ବନ୍ଧିତ ଖବର