କ୍ୟାବିନେଟ୍ ନିଷ୍ପତ୍ତି, ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚ ୩୦୦ ଟଙ୍କାକୁ ବଢ଼ିଲା

ନୂଆଦିଲ୍ଲୀ: ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଖର୍ଚକୁ ୨୫୦ ଟଙ୍କାରୁ ବଢ଼ାଇ ୩୦୦ ଟଙ୍କା କରାଯାଇଛି। ଚଳିତ ବର୍ଷ ଅକ୍ଟୋବରଠାରୁ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଶା ସହାୟିକା ମାସିକ ପାଖାପାଖି ୨୦ଟି ପର୍ଯ୍ୟବେକ୍ଷଣ ଗସ୍ତ କରିଥାନ୍ତି। ଗସ୍ତ ଖର୍ଚ୍ଚରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନେ ମାସିକ ୬ ହଜାର ଟଙ୍କା ପାଇପାରିବେ। ପୂର୍ବରୁ ସେମାନେ ୫ ହଜାର ଟଙ୍କା ପାଉଥିବା ବେଳେ ଏବେ ଏଥିରେ ୧ ହଜାର ଟଙ୍କାର ବୃଦ୍ଧି ଘଟିଛି। ଆଶା ଲାଭ ପ୍ୟାକେଜର ଅ˚ଶବିଶେଷ ସ୍ବରୂପ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବ˚ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଖର୍ଚ୍ଚ ବୃଦ୍ଧି ଯୋଗୁ ସରକାରଙ୍କ ଉପରେ ୪୬.୯୫ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ବର୍ତମାନର ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନଏଚଏମ)ର ସ˚ସ୍ଥାଗତ ମେକାନିଜମ ଉପଯୋଗ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ୪୧,୪୦୫ ଆଶା ସହାୟିକା ଉପକୃତ ହେବେ। ସେହିପରି ୧୦, ୬୩,୬୭୦ ଆଶାକର୍ମୀ ଏବ˚ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ଏବ˚ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନକୁ ଅଣାଯାଇଛି। ନିୟମିତ ଏବ˚ ପୁନଃପୌନିକ ପାରିଶ୍ରମିକକୁ ମାସିକ ୧ ହଜାର ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାଦ୍ବାରା ୧୦,୨୨,୨୬୫ ଆଶା କର୍ମୀ ଉପକୃତ ହେବେ।

ବେନାମୀ କାରବାର ପାଇଁ ନ୍ୟାୟିକ ପ୍ରାଧିକରଣ ଓ ଅପିଲ୍ ଟ୍ରିବ୍ୟୁନାଲ୍ ଗଠନ ହେବ
ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି କାରବାର ବିରୋଧରେ ଲଢ଼େଇକୁ ଅଧିକ ଜୋରଦାର କରିବା ପାଇଁ ନ୍ୟାୟିକ ପ୍ରାଧିକରଣ ନିଯୁକ୍ତି ଓ ଅପିଲ୍ ଟ୍ରିବ୍ୟୁନାଲ୍ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବେନାମୀ ସମ୍ପତି କାରବାର ନିଷିଦ୍ଧ ଆଇନ, (ପିବିପିଟି) ୧୯୮୮ ଅଧୀନରେ ତିନୋଟି ଅତିରିକ୍ତ ବେଞ୍ଚ୍‌ ସହିତ ନ୍ୟାୟିକ ପ୍ରାଧିକରଣ ନିଯୁକ୍ତି ଏବ˚ ଅପିଲ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯିବ। ଆୟକର ବିଭାଗ ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରୁ ସମାନ ସ୍ତର/ପାହ୍ୟାର ବର୍ତମାନର ପଦବୀଗୁଡ଼ିକୁ ପରିବର୍ତିତ କରାଯାଇ ନ୍ୟାୟିକ ପ୍ରାଧିକରଣ, ନ୍ୟାୟିକ ପ୍ରାଧିକରଣ ବେଞ୍ଚ୍‌ ଏବ˚ ଅପିଲ ଟ୍ରିବ୍ୟୁନାଲକୁ ଅଧିକାରୀ ଏବ˚ କର୍ମଚାରୀ ଯୋଗାଇ ଦିଆଯିବ। ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ନ୍ୟାୟିକ ପ୍ରାଧିକରଣ ଏବ˚ ଅପିଲ ଟ୍ରିବ୍ୟୁନାଲ ରହିବ। ନ୍ୟାୟିକ ପ୍ରାଧିକରଣର ବେଞ୍ଚଗୁଡ଼ିକ କୋଲକାତା, ମୁମ୍ବାଇ ଏବ˚ ଚେନ୍ନାଇରେ ପ୍ରତିଷ୍ଠା ହୋଇପାରେ। ଏହି ନିଷ୍ପତ୍ତି ଯୋଗୁ ବେନାମି କାରବାର ମାମଲାଗୁଡ଼ିକର ଦ୍ରୁତ ସମାଧାନ ହୋଇପାରିବ।

ସମ୍ବନ୍ଧିତ ଖବର