‘କ୍ୟାଡ୍‌ବରି ଇଣ୍ଡିଆ’ ନାମରେ ଦୁର୍ନୀତି ଓ ଠକେଇ ମାମଲା ରୁଜୁ କଲା ‘ସିବିଆଇ’

ନୂଆଦିଲ୍ଲୀ: ‘କ୍ୟାଡ୍‌ବରି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମରେ ସୁପରିଚିତ ‘ମଣ୍ଡେଲେଜ୍‌ ଫୁଡ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ବିରୋଧରେ ‘ସିବିଆଇ’ ଦୁର୍ନୀତି ମାମଲା ରୁଜୁ କରିଛି। ହିମାଚଳ ପ୍ରଦେଶର ବଦ୍ଦିରେ ଆଞ୍ଚଳିକ ଟିକସ ସଂକ୍ରାନ୍ତରେ ‘କ୍ୟାଡ୍‌ବରି’ ତ୍ରୁଟିପୂର୍ଣ୍ଣ ତଥା ଜାଲ୍‌ ତଥ୍ୟ ଉପସ୍ଥାପନ କରିଥିବା କଥା ‘ସିବିଆଇ’ ଅଭିଯୋଗ କରିଛି।

ଏଥିପାଇଁ ଆଜି ହରିୟାଣା ଓ ହିମାଚଳ ପ୍ରଦେଶରେ ଥିବା କମ୍ପାନିର ପରିସର ମଧ୍ୟରେ ତଲାସ କରି ‘ସିବିଆଇ’ ଅନେକ ଆପତ୍ତିଜନକ କାଗଜପତ୍ର ଉଦ୍ଧାର କରିଛି।

Image Courtesy of Daily Excelsior

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଅଧିକାରୀଙ୍କ ସହ ସଲାସୁତର କରି, ଲାଞ୍ଚ ଦେବା ସହ ବାସ୍ତବ ତଥ୍ୟ ପରିବର୍ତ୍ତନ କରି କାଗଜପତ୍ର ଦାଖଲ କରି ହିମାଚଳ ପ୍ରଦେଶରେ ‘ଫାଇଭ୍‌-ଷ୍ଟାର୍‌’ ଏବଂ ‘ଜେମ୍‌ସ୍‌’ ଉତ୍ପାଦନ ୟୁନିଟ୍‌ ଲାଗି ୨୪୧ କୋଟି ଟଙ୍କାର ଟିକସ ଫାଇଦା ହାସଲ କରିଛି। ଏହି ଆର୍ଥିକ ଅନିୟମିତତା ୨୦୦୯ ଏବଂ ୨୦୧୧ରେ କରାଯାଇଥିବା ଜଣାପଡ଼ିଛି।

ପ୍ରାଥମିକ ତଦନ୍ତ ପରେ କମ୍ପାନି ବିପକ୍ଷରେ ‘ଏଫ୍‌ଆଇଆର୍‌’ ଦିଆଯାଇଛି।

ସମ୍ବନ୍ଧିତ ଖବର