ସମ୍ପତ୍ତି ବିକି ଋଣ ଶୁଝିବ

ବେଙ୍ଗାଲୁରୁ : ସିସିଡିର ପ୍ରତି‌ଷ୍ଠାତାଙ୍କ ମୃତ୍ୟୁ ପରେ କଫି ଡେ’ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ସିଡିଇଏଲ୍‌)ର ବୋର୍ଡ ର୍ଡ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଋଣ ବୋଝକୁ ହାଲୁକା କରିବା ପାଇଁ କମ୍ପାନିର କାର୍ଯ୍ୟନିର୍ବାହୀ କମିଟି ବିଭିନ୍ନ ଉପାୟ ବାହାର କରିବ। ଏପରିକି କମ୍ପାନିର ସମ୍ପତ୍ତିକୁ ବିକ୍ରି କରି ଋଣ ପରିଶୋଧ କରିବା ଲାଗି ଏକରକମ ନିଷ୍ପତ୍ତି ନିଆଯାଇଛି। ସିଡିଇଏଲ୍‌ ହେଉଛି କଫି ଡେ’ ଗ୍ରୁପ୍‌ର ମୂଳ କମ୍ପାନି। ୨୦୧୯ ମାର୍ଚ୍ଚ ସୁଦ୍ଧା ୬୫୪୭ କୋଟି ୩୮ ଲକ୍ଷ ଟଙ୍କାର ଋଣ ବୋଝ କମ୍ପାନି ଉପରେ ରହିଛି।

ସମ୍ବନ୍ଧିତ ଖବର