ବ୍ୟାଙ୍କ ପ୍ରଦର୍ଶନ ତଥ୍ୟ ମାଗିଲେ ସିଏଜି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୧୬-୧୭ ପରେ ସରକାରୀ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ଯେଉଁ ପାଣ୍ଠି ଦେଇଥିଲେ ତାହାର ଅଡିଟ୍ କରୁଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି)। ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ କିଭଳି ରହିଥିଲା ତାହାର ତଥ୍ୟ ଦେବା ଲାଗି ଅର୍ଥ ମନ୍ତ୍ରଣାଳୟକୁ ସିଏଜି ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି। ସରକାରଙ୍କ ତରଫରୁ ୨୦୧୭-୧୮ରେ ୯୦ ହଜାର କୋଟି ଟଙ୍କା, ୨୦୧୮-୧୯ରେ ୧.୦୬ ଲକ୍ଷ କୋଟି ଟଙ୍କା, ୨୦୧୯-୨୦ରେ ୭୦ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟାଙ୍କଗୁଡ଼ିକୁ ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କା ଦିଆଯିବ ବୋଲି ସରକାର ବଜେଟ୍‌ରେ ଘୋଷଣା କରିଥିଲେ। ନଭେମ୍ବର ସୁଦ୍ଧା ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କକୁ ୫,୫୦୦ କୋଟି ଟଙ୍କା ଦିଆଯାଇଛି। ସରକାରଙ୍କ ଠାରୁ ପାଣ୍ଠି ପାଇବା ପରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଯଥା ସମ୍ପତ୍ତିରୁ ରିଟର୍ଣ୍ଣ, ଇକ୍ବିଟିରୁ ରିଟର୍ଣ୍ଣ, ଅଗ୍ରୀମ ଆଦିରେ କିଭଳି ଅଭିବୃଦ୍ଧି ହୋଇଛି ତାହାକୁ ସିଏଜି ଅନୁଶୀଳନ କରିବେ।

ସମ୍ବନ୍ଧିତ ଖବର