ନିୟମିତ ଆଲ୍‌ମଣ୍ଡ୍‌ ବ୍ୟବହାର ପାଇଁ ଆହ୍ବାନ

ଭୁବନେଶ୍ବର: ଆଲ୍‌ମଣ୍ଡ୍‌ରେ ରହିଛି ଭିଟାମିନ୍ ଇ, ମ୍ୟାଗ୍ନେସିଅମ୍, ପ୍ରୋଟିନ୍, ରିବୋଫ୍ଲାବିନ୍ ଏବଂ ଜିଙ୍କ ଭଳି ୧୫ ପ୍ରକାର ପୋଷାକ ତତ୍ତ୍ବ। ଭୋଜନ ମଧ୍ୟରେ ରହୁଥିବା ବିରତିରେ ଆଲ୍‌ମଣ୍ଡ୍‌ ଖାଇଲେ ଭୋକ ଦୂର ହେବ ଏବଂ ଶରୀରକୁ ଆବଶ୍ୟକ ‌ପୁଷ୍ଟି ମିଳିପାରିବ। ସୁସ୍ଥକର ଖାଦ୍ୟ ଅଭ୍ୟାସରେ ଆଲ୍‌ମଣ୍ଡ୍‌କୁ ସାମିଲ କରିବା ଲାଗି ବିଶେଷଜ୍ଞମାନେ ଆହ୍ବାନ ଦେଇଛନ୍ତି।

ଆଜି ଆଲ୍‌ମଣ୍ଡ୍‌ ବୋର୍ଡ ଅଫ୍‌ କାଲିଫର୍ଣ୍ଣିଆ ପକ୍ଷରୁ ଆୟୋଜିତ ଏକ ଅଧିବେଶନରେ ବଲିଉଡ୍‌ ସେଲିବ୍ରିଟି ନୈନା ଦାଶ ତିୱାରୀ ଓ ମ୍ୟାକ୍ସ ହେଲ୍‌ଥ କେୟାର-ଦିଲ୍ଲୀର ଆଞ୍ଚଳିକ ମୁଖ୍ୟ ଋତିକା ସମାଦାର ଆଲ୍‌ମଣ୍ଡ୍‌ର ଭଲ ଗୁଣଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି।

ଆର୍‌ ସେଲିଙ୍କ ଦ୍ବାରା ସଂଯୋଜିତ ଏହି ଅଧିବେଶନରେ ଯୋଗ ଦେଇ ସେମାନେ ନିୟମିତ ଆଲ୍‌ମଣ୍ଡ୍ ବ୍ୟବହାର କରିବା ଲାଗି ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥି ସହିତ ପରିବାରର ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ଭାବିଚିନ୍ତି ଖାଦ୍ୟ ଖାଇବାକୁ ସେମାନେ ଲୋକମାନଙ୍କୁ କହିଛନ୍ତି। ଡାଇବେଟିସ୍‌ରେ ପୀଡ଼ିତ ଲୋକମାନେ ଆଲ୍‌ମଣ୍ଡ୍‌ ଖାଇଲେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସେମାନେ କହିଛନ୍ତି। ଏହି ଅବସରରେ ଉଭୟ ଅତିଥି ନିଜର ବ୍ୟକ୍ତିଗତ ଜୀବନଶୈଳୀ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର