‘ନାଳନ୍ଦା’ରେ ଅନ୍ତର୍ଜାତୀୟସ୍ତରର କମ୍ପାନୀ ‘ସିସ୍ ଫାୟାର’ର କ୍ୟାମ୍ପସ ଚୟନ

ଭୁବନେଶ୍ବର: ଗତ ଦୁଇଦିନ ଧରି ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅନ୍ତର୍ଜାତୀୟ ସ୍ତରର ସିସ୍ ଫାୟାର କମ୍ପାନୀ କ୍ୟାମ୍ପସ ଚୟନ ଆରମ୍ଭ କରିଥିଲା। କମ୍ପାନୀର ସେଲସ୍ ଏବଂ ଇନୋଭେସନ୍ ସଭାପତି ଦିଲ୍ଲୀପ ଭଗୱାନୀଙ୍କ ନେତୃତ୍ୱରେ ହୋଇଥିଲା ଚୟନ ପ୍ରକ୍ରିୟା । ଏହି କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ନାଳନ୍ଦାର ମେକାନିକାଲ୍, ଇଲେକ୍ଟ୍ରିକାଲ ଏବଂ ସିଭିଲ୍ ଇଂଜିନିୟରିଂ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

କମ୍ପାନୀର ସଭାପତି ଛାତ୍ରଛାତ୍ରୀମାନଙ୍କୁ ସିସ୍ ଫାୟାର ଟେକ୍ନୋଲୋଜି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଏବଂ ସିସ୍ ଫାୟାରର ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜିକୁ କିପରି ଆଗକୁ ନେଇଛି, ତାହା ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ । ତେବେ ଏହି ଚୟନ ପ୍ରକ୍ରିୟାରେ କମ୍ପାନୀ ୫ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ଚୟନ କରିଥିଲା । ନୂଆ ଟେକ୍ନୋଲୋଜିକୁ ଆପଣେଇଥିବାରୁ ଛାତ୍ରଛାତ୍ରୀଙ୍କର ଏହା ଉଚିତ୍ ପରିଶ୍ରମର ଫଳ ବୋଲି କହିଥିଲେ । ଚୟନ ପ୍ରକ୍ରିୟାରେ ନାଳନ୍ଦାର ଅଧ୍ୟକ୍ଷ ଡ. ଏନ.ଏସ୍.କେ ରାୟ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର