ଷ୍ଟେଟବ୍ୟାଙ୍କ, ଆଇଡିବିଆଇ ପରେ ଋଣ ସୁଧହାର କମାଇଲା କାନାରା ବ୍ୟାଙ୍କ

ବାଙ୍ଗାଲୁରୁ : ସୁପ୍ରିମକୋର୍ଟ ପକ୍ଷରୁ ଗତ ବୁଧବାରଦିନ ରେପୋ ହାର ୩୫ ବେସିସ ପଏଣ୍ଟ ହ୍ରାସ କରିବା ପରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ନିଜର ଋଣସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ପରେ ଏବେ ଆଉ ଏକ ରାଷ୍ଟ୍ରାୟତ ବ୍ୟାଙ୍କ କାନାରା ବ୍ୟାଙ୍କ ନିଜର ସର୍ବନିମ୍ନ ଋଣ ସୁଧହାର ବା ଏମସିଏଲଆର ( ମାର୍ଜିନାଲ କଷ୍ଟ ଅଫ ଫଣ୍ଡ ବେସଡ ଲେଣ୍ଡିଂ ରେଟ) ୧୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ କମାଇଛି । ଗତ ଅଗଷ୍ଟ ୭ରୁ ଏହା ଲାଗୁ ହୋଇଛି ।

ଏହା ଫଳରେ କାନାରା ବ୍ୟାଙ୍କର ୧ ବର୍ଷିଆ ଏମସିଏଲଆର ୮.୬୦ ପ୍ରତିଶତରୁ ୮.୫୦ ପ୍ରତିଶତକୁ ହ୍ରାସ ପାଇଛି । ଏହାକୁ ମିଶାଇ ଗତ ୬ ମାସ ମଧ୍ୟରେ କାନାରା ବ୍ୟାଙ୍କ ନିଜର ଏମସିଏଲଆରକୁ ମୋଟ ୨୦ ବେସିସ ପଏଣ୍ଟ ହ୍ରାସ କରିଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଖୁବ ଶୀଘ୍ର ନିଜର ବିଭିନ୍ନ ପ୍ରକାରର ଋଣଉପରେ ସୁଧହାର ହ୍ରାସ କରିବ ।

ସମ୍ବନ୍ଧିତ ଖବର