ଏଟିଏମ୍ ପାଇଁ କାନାରା ବ୍ୟାଙ୍କର ଓଟିପି ସୁରକ୍ଷା

ଭୁବନେଶ୍ବର: ଏଟିଏମ୍ କାରବାରକୁ ଅଧିକ ସୁରକ୍ଷିତ କରିବା ଲାଗି କାନାରା ବ୍ୟାଙ୍କ ପକ୍ଷରୁ ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ବ୍ୟବସ୍ଥା ଲାଗୁ କରାଯାଇଛି। କାନାରା ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ସାଙ୍ଗରେ ମୋବାଇଲ୍ ଫୋନ୍ ନେବାକୁ ପଡ଼ିବ। ସେଥିରେ ଓଟିପି ଆସିବ ଯାହାକୁ ବ୍ୟବହାର କଲେ ଏଟିଏମ୍‌ରୁ ଟଙ୍କା ବାହାରିବ। ଦେଶରେ ପ୍ରଥମ ଥର ଆମେ ଏହି ସେବା ଆରମ୍ଭ କରିଛୁ ବୋଲି କାନାରା ବ୍ୟାଙ୍କର ଭୁବନେଶ୍ବର କାର୍ଯ୍ୟାଳୟ ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର