ଭୁବନେଶ୍ୱର: କ୍ୟାମେରା ଜଗତର ଲୋକପ୍ରିୟ ବ୍ରାଣ୍ଡ୍ କ୍ୟାନନ୍ ପକ୍ଷରୁ ସର୍ଭିସ୍ ଶିବିର ଆୟୋଜନ କରାଯାଇଛି। ସତ୍ୟନଗରଠାରେ ଥିବା ଆକ୍ସିଅମ୍ କମ୍ପ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍ଠାରେ ଏହି ଦୁଇ ଦିନିଆ ଶିବିର ଆୟୋଜନ କରାଯାଇଛି। ଆଜିଠାରୁ ଏହି ଶିବିର ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହା ଚାଲିବ। ଡିଏସ୍ଏଲ୍ଆର୍ ଏବଂ ଲେନ୍ସ ପାଇଁ ଏହା ହେଉଛି ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଶିବିର। ଗ୍ରାହକମାନେ ଦିନ ୧୦ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଏହି ଶିବିର ଲାଭ ଉଠାଇପାରିବେ। ଏଠାରେ ମାଗଣାରେ କ୍ୟାମେରା ସଫା କରାଯାଉଥିବା ବେଳେ ପ୍ରଥମ ସ୍ତର ସର୍ଭିସିଂ ଏବଂ ହେଲଥ ଚେକ୍ ଅପ୍ କରାଯାଉଛି। ଫାର୍ମଓୟାର ଅପ୍ଗ୍ରେଡ୍ କରାଯାଉଥିବା ବେଳେ ରକ୍ଷଣାବେକ୍ଷଣ ଟିପସ୍ ମଧ୍ୟ ପ୍ରଦାନ କରାଯାଉଛି।
କ୍ୟାନନ୍ର ସର୍ଭିସ୍ ଶିବିର
/sambad/media/post_attachments/wp-content/uploads/2018/02/eos-5d-mark-4-ef-24-105-usm-kit-front-angle_2_xl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)