ଭୁବନେଶ୍ବର,: ଇସ୍ପାତ ଶିଳ୍ପ ପାଇଁ କ୍ୟାପିଟାଲ ଗୁଡ୍ସ ସମ୍ମିଳନୀ ଅବସରରେ ଏକ ପ୍ରଦର୍ଶନୀ ମେ ଫେୟାର ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶ ବିଦେଶର ୮ଟି କମ୍ପାନି ଯୋଗଦେଇ ସେମାନେ ଉତ୍ପାଦନ କରୁଥିବା ବିଭିନ୍ନ ସାମଗ୍ରୀ ଓ ନୂଆ ପ୍ରଯୁକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରଦର୍ଶନୀରେ ଷ୍ଟଲ ଖୋଲିଥିବା କମ୍ପାନି ଗୁଡ଼ିକ ହେଉଛନ୍ତି ଚୀନ୍ର ଏକ୍ରି, ସ୍ପେନଭିତ୍ତିକ କମ୍ପାନି ସରାଲେର ଭାରତୀୟ ସହଯୋଗୀ ସରାଲେ ଇଣ୍ଡିଆ, ମେକନ୍ ଇଣ୍ଡିଆ, ହରିୟାଣାର ଆଇଏସଜିଇସି ହେଭି ଇଞ୍ଜିନିୟରିଂ ଲିମିଟେଡ, ରାଞ୍ଚିର ହେଭି ଇଞ୍ଜିନିୟରିଂ କର୍ପୋରେସନ ଲିମିଟେଡ, ଇଲେକଟ୍ରୋଥର୍ମ ଇଣ୍ଡିଆ ଲିମିଟେଡ, ମେଟ୍ସୋ ଏବଂ ଭେଲ୍। ଦେଶର ଇସ୍ପାତ କମ୍ପାନି ଗୁଡ଼ିକ ପାଇଁ ଏହି କମ୍ପାନି ଗୁଡ଼ିକ ଉଚ୍ଚ ଜ୍ଞାନକୌଶଳଯୁକ୍ତ ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ କରି ଯୋଗାଇ ଆସୁଛନ୍ତି। ଫଳରେ ବିଦେଶରୁ ଅନେକ ମାତ୍ରାରେ ଇସ୍ପାତ କମ୍ପାନି ଗୁଡ଼ିକର ଯନ୍ତ୍ରାଂଶ ଆମଦାନି ହ୍ରାସ ପାଇଛି।
କ୍ୟାପିଟାଲ ଗୁଡ୍ ସମ୍ମିଳନୀରେ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୩୫୦ ପ୍ରତିନିଧି ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ସରକାରୀ ଓ ଘରୋଇ ଇସ୍ପାତ କମ୍ପାନି ଗୁଡ଼ିକର ବରିଷ୍ଠ ଅଧିକାରୀ ରହିଥିଲେ। ସମ୍ମିଳନୀରେ ୧୨ଟି ଦେଶରୁ ପ୍ରାୟ ୩୦ରୁ ଊର୍ଧ୍ବ ବିଦେଶୀ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
‘ଇସ୍ପାତ କ୍ଷେତ୍ର ପାଇଁ କ୍ୟାପିଟାଲ୍ ଗୁଡ୍ସ୍ ’ ସମ୍ମିଳନୀ:୧୨ ବର୍ଷରେ ନିବେଶ ହେବ ୧୨,୮୦୦ କୋଟି ଡଲାର
ମୁଣ୍ଡପିଛା ଇସ୍ପାତ ବ୍ୟବହାରରେ ୧୨% ବୃଦ୍ଧି ଉତ୍ପାଦନରେ ୬.୭% ବୃଦ୍ଧି
/sambad/media/post_attachments/wp-content/uploads/2018/10/kochile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)