ନୂଆଦିଲ୍ଲୀ: ସମସ୍ତଙ୍କ ପକ୍ଷେ ଚାରି ଚକିଆ ଗାଡ଼ି କିଣିବା ସମ୍ଭବ ହୋଇ ନଥାଏ। ଏପରି କ୍ଷେତ୍ରରେ ଯଦି ୫୦ ହଜାର ଟଙ୍କା ପୈଠ କରି ଆପଣଙ୍କୁ ଚାରି ଚକିଆ ଗାଡ଼ି ମିଳିଯିବ ତେବେ କିପରି ହୁଅନ୍ତା। ତେବେ ଅନେକ କଂପାନି କାରକୁ ମାତ୍ର ୨୦ ପ୍ରତିଶତର ଡାଉନପେମେଂଟ ସହିତ କିଣିପାରିବାର ବଡ ସୁଯୋଗ ଆଣିଛନ୍ତି। ଏବଂ ବାକି ୮୦ ପ୍ରତିଶତ ରାଶି ଇଏମଆଇରେ ଦେଇପାରିବେ। ଖାଲି ଏତିକି ନୁହେଁ କିଛି ମଡେଲ ଏଭଳି ବି ରହିଛି ଯେଉଁଥି ପାଇଁ ମାତ୍ର ୫୦ ହଜାର ଟଙ୍କା ଦେବାକୁ ପଡିବ ।
ମାରୁତି ସୁଜୁକୀର ଅଲ୍ଟୋ ୮୦୦ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ଗୋଟିଏ । କିନ୍ତୁ ଏହି କାରକୁ କିଣିବା ପାଇଁ ଆପଣଙ୍କୁ ମାତ୍ର ୫୦ ହଜାର ଟଙ୍କା ଡାଉନପେମେଂଟ କରିବାକୁ ପଡିବ ଏବଂ ବାକି ପେମେଂଟ ଆପଣ ଇଏମଆଇରେ ଦେଇପାରିବେ । ଏହି କାରରେ ୮୦୦ସିସିର ଇଂଜିନ ଲଗାଯାଇଛି ।
/sambad/media/post_attachments/wp-content/uploads/2018/07/download-4-14.jpg)
ଆଂଟି ଲେବୁଲ ସେଗମେଂଟରେ Datsun Ready-Go କାର ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି କାରର ଦାମ ୨.୪୯ ଲକ୍ଷରୁ ଆରମ୍ଭ । ଏଥିରେ ମିଳିବ ୮୦୦ସିସିର ଇଂଜିନ, ଯାହାକି ଭଲ ପରଫର୍ମାନ୍ସ ସହିତ ବଢିଆ ମାଇଲେଜ ଦେଇଥାଏ । ଏହି କାରକୁ ବି ଆପଣ ମାତ୍ର ୫୦ ହଜାର ଟଙ୍କା ଡାଉନପେମେଂଟ ଦେଇ କିଣିପାରିବେ ଏବଂ ବାକି ପେମେଂଟକୁ ଆପଣ ଇଏମଆଇ ଆଧାରରେ ଦେଇପାରିବେ ।
ଆଂଟି ଲେବଲ ସେଗମେଂଟର ତୃତୀୟ କାର ହେଉଛି ରେନାଲ୍ଟ କ୍ୱିଡ । ଏଥିରେ ୮୦୦ ସିସିସି ଇଂଜନ ବାଲା ମଡେଲକୁ ୫୦ ହଜାର ଟଙ୍କାର ଡାଉନପେମେଂଟ ଦେଇ କିଣିପାରିବେ ଏବଂ ବାକି ପେମେଂଟକୁ ଇଏମଆଇ ରୂପରେ ଦେଇପାରିବେ । କ୍ୱିଡରେ ୮୦୦ସିସିର ଇଂଜିନ ବ୍ୟବହୃତ , ଯାହାକି ବହୁତ ଭଲ ମାଇଲେଜ ଦେଇଥାଏ, ଏହି କାର ନିଜର ସେଗମେଂଟର ସବୁଠାରୁ ଅଧିକ ସ୍ପେସ ବିଶିଷ୍ଟ କାର, ଏହି କାରର ଦାମ ୨.୬୬ ଲକ୍ଷ ଟଙ୍କାରୁ ଆରମ୍ଭ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/26_07_2018-top_3_cars_im_ionfdia_sale_18243730.jpg)