ନୂଆଦିଲ୍ଲୀ: ଗମନାଗମନ ପାଇଁ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଅଧିକ କାର୍ କିଣାକୁ ନିରୁତ୍ସାହିତ କରିବାକୁ ପଡ଼ିବ। ବହୁ ସ୍ଥାନରେ ରାସ୍ତାକୁ ଆଉ ଚଉଡ଼ା କରାଯାଇପାରିବ ନାହିଁ। ସେଥିପାଇଁ ଟ୍ରାଫିକ୍ ଜାମ୍ ହେଉଛି। ଗୋଟିଏ କାର୍କୁ ଜଣେ ବ୍ୟକ୍ତି ବ୍ୟବହାର କରିବାକୁ ନିରୁତ୍ସାହିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଟ୍ରାଫିକ୍ ଜାମ୍ ସମସ୍ୟା ଦୂର କରିବା ଲାଗି ସରକାର ବହୁ ସ୍ତରୀୟ ସଡ଼କ, ବାଇପାସ୍ ଓ ବିକଳ୍ପ ପଥର ବ୍ୟବସ୍ଥା କରୁଛନ୍ତି। ମାତ୍ର ଜନସଂଖ୍ୟା ଓ ଗାଡ଼ି ସଂଖ୍ୟାରେ ବୃଦ୍ଧି ହେଉଛି ପ୍ରମୁଖ ସମସ୍ୟା। ବେଙ୍ଗାଲୁରୁ ଭଳି କିଛି ସହରରେ ଅଧିଗ୍ରହଣ ପାଇଁ ଆଉ କିଛି ଜମି ନାହିଁ। ସେଠାରେ ସଡ଼କକୁ ଚଉଡ଼ା କରିବା ସବୁଠୁ ବଡ଼ ଆହ୍ବାନ । ଏହା ବ୍ୟତୀତ ପରିବେଶ ମଞ୍ଜୁରି ମଧ୍ୟ ସହଜରେ ମିଳୁନାହିଁ ବୋଲି ସେ କହିଛନ୍ତି। ଟ୍ରଲି ବସ୍ ଓ ଇଲେକ୍ଟ୍ରିକ୍ ବସ୍ ଆଦିରେ ଯାତ୍ରା କରିବାକୁ ସେ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି।
କାର୍ କିଣାକୁ ନିରୁତ୍ସାହିତ କରିବାକୁ ପଡ଼ିବ: ଗଡ଼କରୀ
/sambad/media/post_attachments/wp-content/uploads/2022/05/gadkari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)