କାର୍‌ ଭଳି ସୁବିଧା ଥିବା ଇଲେକ୍ଟ୍ରି ସ୍କୁଟର ଉପସ୍ଥାପିତ, ମୂଲ୍ୟ ୪୮ ହଜାର

ନୂଆଦିଲ୍ଲୀ: ଟୁଏଣ୍ଟି ଟୁ ମୋଟର୍ସ ପକ୍ଷରୁ କାର୍‌ ଭଳି ସୁବିଧା ଥିବା ଭାରତରେ ପ୍ରଥମ ଥର ପାଇଁ ସ୍ମାର୍ଟ ଇଲେକ୍ଟ୍ରିକ୍‌ ସ୍କୁଟର ଉପସ୍ଥାପନା କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ‘ଅଟୋ ଏକ୍ସପୋ’ର ୨ୟ ଦିନରେ କମ୍ପାନି ଇଲେକ୍ଟ୍ରି ସ୍କୁଟର ‘ଫ୍ଲୋ’ ଉନ୍ମୋଚିତ ହୋଇଛି। ଫେବ୍ରୁଆରି ୮ରୁ ବୁକିଂଗ ଆରମ୍ଭ ହୋଇଥିବା ଏହି ସ୍କୁଟରର ମୂଲ୍ୟ ୪୭,୭୪୦ ଟଙ୍କା ରଖାଯାଇଛି ବୋଲି କମ୍ପାନି କହିଛି।

‘ଫ୍ଲୋ’ରେ ଆର୍ଟିଫିସିଆଲ ଇଣ୍ଟେଲିଜିଏନ୍ସ ଦିଆଯାଇଛି। କମ୍ପାନୀ ମୁତାବକ ନୂତନ ପୀଢ଼ିର ଗ୍ରାହକଙ୍କୁ ସୁହାଇଲା ଭଳି ଏଥିରେ ଅତ୍ୟାଧୁନିକ ସାରାଞ୍ଜାମ ଲାଗିଛି। କମ୍ପାନିର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରବିନ ଖର୍ବ କହିଛନ୍ତି, ‘ଫ୍ଲୋ ଆମର ପ୍ରଥମ ଓ ଫ୍ଲାଗସିପ୍‌ ପ୍ରଡକ୍ଟସ। ଏହା ଭାରତୀୟ ବଜାର ସମେତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମିଳିବ।’

କମ୍ପାନିର ଦାବି ଯେ, ଏଥିରେ ଆଡଭାନ୍ସ ସ୍ମାର୍ଟ ସଲ୍ୟୁସନ୍‌ ରହିଛି। ଏହି ଗାଡ଼ିଟିର ଅନ୍ୟତମ ବିଶେଷତ୍ୱ ହେଲା ଯେ, ଏହାର ଟଚ ଡ୍ୟାସବୋର୍ଡ ଡିସପ୍ଲେରେ ଚକ ସହିତ ଯୋଡ଼ି ହୋଇଥିବା ଡାଟା ଦେଖାଯିବ। ଏଥିରେ ୟୁଜର ସେଣ୍ଟ୍ରିକ ମୋବାଇଲ ଆପ୍ଲିକେସନ ଦିଆଯାଇଛି ଯାହଦ୍ୱାରା କେବଳ ଏକ ଟଚ୍‌ରେ ଚକର ସ୍ଥିତି ବିଷୟରେ ଜାଣିହେବ।

ସମ୍ବନ୍ଧିତ ଖବର