ନୂଆଦିଲ୍ଲୀ : ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ସାଧାରଣତଃ ପାର୍ବଣ ଋତୁରେ ଦେଶରେ କାର ବେପାର ଭଲ ଜମେ । କିନ୍ତୁ ଏ ବର୍ଷ ବେପାର ଆଦୌ ଜମୁନାହିଁ । ଏହାର କାରଣ ହେଉଛି ତେଲଦର ବୃଦ୍ଧି, ଦେଶର କେତେକ ଅଂଚଳରେ ବନ୍ୟା ଓ ବୀମା ବାବଦ ଖର୍ଚ୍ଚ ବୃଦ୍ଧି ଫଳରେ ଗ୍ରାହକମାନେ ଗାଡି କିଣିବାକୁ ସେତେଟା ଉତ୍ସାହ ଦେଖାଉନାହାନ୍ତି । ଏଥିପାଇଁ କାର କମ୍ପାନିମାନେ ଚିନ୍ତାରେ ପଡିଯାଇଛନ୍ତି । ବେପାରକୁ ବଢାଇବା ପାଇଁ ସେମାନେ ବିଭିନ୍ନ ରିହାତି ଘୋଷଣା କରିଛନ୍ତି । ପ୍ରାୟ ସବୁ ପ୍ରକାରର ଗାଡି ଉପରେ ରିହାତି ମିଳୁଛି । ରିହାତି ଘୋଷଣା କରିଥିବା କମ୍ପାନିମାନଙ୍କ ମଧ୍ୟରେ ରହିଛନ୍ତି ମାରୁତିସୁଜୁକୀ, ଫୋର୍ଡ, ମହିନ୍ଦ୍ରା, ଟାଟା ମୋଟର୍ସ,ହ୍ୟୁଣ୍ଡାଇ ଇତ୍ୟାଦି କମ୍ପାନି । ଏପରିକି ବିଏମଡବ୍ଲୁ, ଅଡି ଓ ମର୍ସିଡିଜ ପରି ଲକଜୁରୀ କାର କମ୍ପାନି ମଧ୍ୟ ରିହାତି ଘୋଷଣା କରିଛନ୍ତି । ମାରୁତି ନିଜର ଅଲଟୋ ମିନି ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଥିବାବେଳେ ମହିନ୍ଦ୍ରା ସ୍କରପିଓ ଏସୟୁଭି ଉପରେ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ମର୍ସିଡିଜ-୭ ସିରିଜ ସାଲୁନ ଉପରେ ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି ।
ପାର୍ବଣ ଋତୁରେ ଗାଡ଼ି ବେପାର ଜମୁନାହିଁ, ରିହାତି ଦେଇ ଗ୍ରାହକଙ୍କୁ ଟାଣିବା ଲକ୍ଷ୍ୟରେ କାର କମ୍ପାନି
/sambad/media/post_attachments/wp-content/uploads/2018/10/cars.jpg)