ନୂଆଦିଲ୍ଲୀ: ଇଟାଲିର ସ୍ପୋର୍ଟସ କାର ନିର୍ମାତା ପାଗାନି ଅଟୋମୋବାଇଲ ଏଭଳି ଏକ କାର୍ ପ୍ରସ୍ତୁତ କରିଛି ଯାହାର ମୂଲ୍ୟ ପ୍ରାୟ ୧୨୨ କୋଟି ଟଙ୍କା ରହିଛି। ଏହି କାର୍ର ନାମ ପାଗାନି ଜୋଣ୍ଡା ଏଚ୍ପି ବାରସେଟା ରହିଛି। ୨୦୧୮ ମସିହା ପାଇଁ ଇଂଲଣ୍ଡରେ ଅନୁଷ୍ଠିତ ଗୁଡ୍ଉଡ୍ ଫେଷ୍ଟିଭାଲ ଅଫ୍ ସ୍ପିଡ୍ଠାରେ ଏହାର ଉନ୍ମୋଚନ କରାଯାଇଛି। ବ୍ରିଟିସ୍ ମୁଦ୍ରାରେ ଏହାର ମୂଲ୍ୟ ୧୩.୫ ନିୟୁତ ପାଉଣ୍ଡ ଷ୍ଟର୍ଲିଙ୍ଗ୍ ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୨୨ କୋଟି ଟଙ୍କା ରହିଛି। କମ୍ପାନି ମାତ୍ର ୩ଟି କାର୍ ଉତ୍ପାଦନ କରିଥିବା ବେଳେ ଏଗୁଡ଼ିକ ସବୁ ବିକ୍ରି ହୋଇଯାଇଛି। ୧୯ ବର୍ଷ ପୂର୍ବେ ନିର୍ମିତ କମ୍ପାନିର ଲୋକପ୍ରିୟ ମଡେଲ ପାଗାନି ଜୋଣ୍ଡା କାର୍କୁ ଭିତ୍ତିକରି ନୂଆ ମଡେଲ କାର ନିର୍ମାଣ ହୋଇଛି। ୩.୧ ସେକେଣ୍ଡ ମଧ୍ୟରେ ଏହି କାର୍ଟିର ବେଗ ୧୦୦ କିମିକୁ ବୃଦ୍ଧି ପାଇପାରୁଛି। କାର୍ର ଉପର ଖୋଲା ଥିବା ସହିତ ପ୍ରାକୃତିକ ବାୟୁର ଅନୁଭବ ଯେଉଁମାନେ ନେବାକୁ ପସନ୍ଦ କରିଥାନ୍ତି ସେମାନଙ୍କ ପାଇଁ ଏହି କାର୍ ନିର୍ମାଣ ହୋଇଛି।
କାର୍ର ଦାମ୍ ୧୨୨ କୋଟି
/sambad/media/post_attachments/wp-content/uploads/2018/07/phpThumb_generated_thumbnail-4.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)